Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମଝି ଆକାଶରେ ପାଇଲଟ୍‌ଙ୍କୁ ଆକ୍ରମଣ କଲା ବିଲେଇ, ବାଧ୍ୟ ହୋଇ ଜରୁରୀ ଅବତରଣ କଲା ପ୍ଲେନ୍

1/03/2021 at 6:51 PM

ନୂଆଦିଲ୍ଲୀ ୦୧/୦୩ : ଅନେକ ସମୟରେ ଯାତ୍ରୀବାହୀ ବିମାନଗୁଡିକରେ ସମସ୍ୟା ଦେଖାଯିବା ଫଳରେ ପ୍ଲେନ୍‌କୁ ଜରୁରୀ ଅବତରଣ କରିବାକୁ ପଡିଥାଏ । ଇଞ୍ଜିନ୍‌ ଖରାପ ହୋଇଯିବା କିମ୍ବା କୌଣସି ଯାତ୍ରୀ ଭୁଲରେ ଡୋର୍‌ ଖୋଲିଦେଲେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥାଏ । କିନ୍ତୁ ସୁଦାନ୍‌ର ରାଜଧାନୀ ଖର୍‌ତୌମ୍‌ ଏୟା​‌ରପୋର୍ଟରେ ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଯାହା ଫଳରେ କି ପାଇଲଟ୍‌ ବିମାନକୁ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୁସାରେ, ଖର୍‌ତୌମ୍‌ ଏୟା​‌ରପୋର୍ଟରୁ ବିମାନ ଟେକ୍‌ଅଫ୍‌ କରିବାର କିଛି ସମୟ ପରେ ପାଇଲଟ୍‌ ବସିଥିବା କକ୍‌ପିଟ୍‌ ମଧ୍ୟରୁ ଏକ ବିଲେଇ ବାହାରି ଅଚାନକ ପାଇଲଟ୍‌ଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । କେବଳ ସେତିକି ନୁହେଁ ବିମାନରେ ଥିବା କ୍ରୁ ମେମ୍ବରମାନଙ୍କୁ ମଧ୍ୟ ଆକ୍ରମଣ କରିବା​‌ ଆରମ୍ଭ କରିଦେଇଥିଲା ଉକ୍ତ ବିଲେଇ ।

ବିଲେଇଟିକୁ କାବୁ କରିବାକୁ ଅକ୍ଷମ ହେବାରୁ ବାଧ୍ୟ ହୋଇ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ୍ । ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ବିଲେଇଟି ପ୍ଲେନ୍‌ ଭିତରକୁ କିପରି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିମାନଟିର ଭିତର ସଫା କରାଯାଉଥିବା ବେଳେ ଡୋର ଖୋଲାଥିବା ସମୟରେ ବିଲେଇଟି ପଶିଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।  

ସଫେଇ କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏପରି ଘଟିଲା ବୋଲି ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଅଭିଯୋଗ କରିଛନ୍ତି । ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ।

   Related Posts