Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା କାର, ଚାଲିଗଲା ଦୁଇ ମହିଳାଙ୍କ ଜୀବନ, ଜଣେ ଗୁରୁତର

6/12/2020 at 5:00 PM

ଢେଙ୍କାନାଳ ୦୬।୧୨: ଢେଙ୍କାନାଳ କାମାକ୍ଷାନଗର ରାସ୍ତାର  ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଠାରେ ଏକ କାର  ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କଲଭର୍ଟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ଦୁଇଜଣ ମହିଳା ମୃତ ହୋଇ ଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ବାଲିସାହି ଗ୍ରାମର ଲକ୍ଷ୍ମୀ ନାୟକ ଓ ନିରେଇ ଦାସ।  ଗୁରତର ମହିଳା ଜଣଙ୍କ ପୁଷ୍ପାଞ୍ଜଳି ବେହେରା। ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିରେଇଙ୍କର ମୃତ୍ୟୁ ହୋଇଛି।

ଏମାନେ ସମସ୍ତେ ଏକ ଇଣ୍ଡିଗୋ କାର ଯୋଗେ  ଢେଙ୍କାନାଳରୁ କାମ ସାରି ଘରକୁ  ଫେରୁଥିବା ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଖଟୁଆହାତା ଛକ ନକଟରେ ଭାରସମ୍ୟ ହରାଇ କାରଟି କଲଭଟରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଢେ଼ଙ୍କାନାଳ ମେଡିକାଲ ପଠାଇଥିବା ଜଣାପଡିଛି ।

   Related Posts