କାର୍ରେ ଅଚାନକ ଲାଗିଲା ନିଆଁ: ଘଟଣାସ୍ଥଳରେ ପୁଲିସ୍ ପହଁଞ୍ଚି ଆରମ୍ଭ କଲା ଛାନ୍ଭିନ୍
22/09/2020 at 3:37 PM

ମାଲକାନଗିରି୨୨/୯: ଗଞ୍ଜେଇ ଭର୍ତ୍ତି ଗାଡିରେ ଲାଗିଲା ନିଆଁ । ରାସ୍ତା ଉପରେ ଜଳିଗଲା ଟାଟା ଟିଆଗୋ କାର। ମାଲକାନଗିରି ଜିଲ୍ଲା ଏମ.ଭି16 ଗ୍ରାମ ନିକଟରେ ଏକ କାରଟି ଜଳି ପୋଡି ନଷ୍ଟ ହୋଇଯାଇଛି । କାରଟି ମାଲକାନଗିରିରୁ କାଲିମେଳା ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା। ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆକୁ ଆୟତ୍ତ କରିଛନ୍ତି । ଗାଡିଟି କାହାର ଏବଂ କିଭଳି ଏଥିରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ କରୁଛି ପୋଲିସ । ଗତ କିଛି ମାସ ଧରି ମାଲକାନଗିରି ଜିଲ୍ଲାରେ ଏପରି ଭାବେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
କାରଟି ମୁଖ୍ୟ ରାସ୍ତା କଡରେ ଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ କାର ଭିତରେେ କେହି ଯାତ୍ରୀ ନଥିଲେ । ତେବେ ଗାଡିଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗାଡିଟି କାହାର ଏବଂ କିଭଳି ଏଥିରେ ନିଆଁ ଲାଗିଗଲା ତାହାର ଅନୁଧ୍ୟାନ କରୁଛି ଦମକଳ ବାହିନୀ ।