ଶାଢୀ ଭିତରେ ଚାଲିଥିବା ଗଞ୍ଜେଇ ଚାଲାଣ, ପୋଲିସ ହାବୁଡରେ ପଡିଗଲେ ମହିଳାଙ୍କ ସହ ୨ ଅଭିଯୁକ୍ତ

Published By : Prameya-News7 Bureau | July 17, 2021 IST

କେସିଙ୍ଗା ୧୭/୦୭: ପୋଲିସ ଡାଳେ ଡାଳେ ଗଲେ ବେଆଇନ କାରବାର କରୁଥିବା ଲୋକେ ପତରେ ପତରେ ଯାଉଛନ୍ତି। କଳା କାରବାର ପାଇଁ ଆପଣଉଛନ୍ତି ଅନେକ ଫନ୍ଦି ଫିକର। ଅଭିନବ ଷ୍ଟାଇଲରେ କରୁଛନ୍ତି ଗଞ୍ଜେଇ ଚାଲାଣ। ଏହି କ୍ରମରେ ଶାଢୀ ଭିତରେ ଗଞ୍ଜେଇ ଚାଲାଣ ଘଟଣାର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍। ଶାଢୀ ନେଇ ଯାଉଥିବା ବୋଲେରରୁ ଶାଢୀ ଭିତରୁ ହିଁ ୨୨୦ ପେକେଟ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ବୋଲେରୋ ଗାଡ଼ି(ଜେଏଚ୍ ୦୫ଏସ୍କ ୬୨୬୩) ରୁ ଆଜି ଗଞ୍ଜେଇ ଜବତ କରିଛି ।  ବୋଲେରୋ ଗାଡ଼ିଟି  କଳାହାଣ୍ଡି ଜିଲ୍ଲା ଆମପାଣି ଅଞ୍ଚଳରୁ ଭବାନୀପାଟଣା, କେସିଙ୍ଗା ସହର ଦେଇ ବଲାଙ୍ଗିର ପଟକୁ ଯାଉଥିଲା। ଏହି ସମୟରେ କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ଵରେ ପୋଲିସ ବୋଲେରୋ ଗାଡ଼ିକୁ ଅଟକାଇ ସନ୍ଦେହରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବୋଲେରୋ ଗାଡ଼ି ଭିତରେ ଶାଢ଼ୀ ରହିଥିଲା ବେଳେ ଶାଢ଼ୀ ଭିତରୁ ଗଞ୍ଜେଇ ରହିଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା।

{"id":482216,"sizeSlug":"large","linkDestination":"none"}

କେସିଙ୍ଗା ଅତିରିକ୍ତ ତହସିଲଦାର ରୁଦ୍ରମଣୀ ନାଏକଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇକୁ ଜବତ କରାଯାଇଛି।  ପୋଲିସ ସଂପୃକ୍ତ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିବା ସହ ଗାଡ଼ିର ଡ୍ରାଇଭର ଓ ଜଣେ ଯୁବତୀ ସହ ଅନ୍ୟ ଏକ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଜଣ ବିହାର ଅଞ୍ଚଳର ବୋଲି ଆଇଆଇସି ସତ୍ୟ କୁମାର ନନ୍ଦ କହିଛନ୍ତି । ଏହି ଘଟଣାରେ ଆହୁରି କିଛି ଲୋକ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଆଇ ଆଇ ସି ଶ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେସିଙ୍ଗା ଆଦର୍ଶ ଥାନା  ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ କେସିଙ୍ଗା ପୋଲିସ ଗତ କିଛି ଦିନ ହେଲା ଚୋରା ଚାଲାଣ ଗଞ୍ଜେଇ କୁ ଲଗାତାର ଧରିବାରେ ସଫଳ ହେଉଥିବା ଜଣାପଡ଼ିଛି । ତେବେ ଆଜି ଜବତ୍ ହୋଇଥିବା ଗଞ୍ଜେଇ ର ପରିମାଣ କେତେ ରହିଛି ତାହା ଜଣାପଡ଼ି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.