ଏହି ଆପ୍ ଜରିଆରେ ଖୁଲମଖୁଲା ଚାଲିଛି ବେଶ୍ୟାବୃତ୍ତି, ନୋଟିସ୍ ଜାରି କଲେ ମହିଳା କମିଶନ

Published By : Prameya-News7 Bureau | September 05, 2019 IST

ନୂଆଦିଲ୍ଲୀ ୫।୯: ଏକବିଂଶ ଶତାବ୍ଦୀରେ ଟେକ୍ନୋଲଜି କ୍ଷିପ୍ର ଗତିରେ ବିକଶିତ ହେଉଛି । ଏହା ସାଧାରଣ ଜୀବନଶୈଳୀକୁ ପୂର୍ବାପେକ୍ଷା ଅଧିକ ସହଜ ମଧ୍ୟ କରିଦେଇଛି । ମାତ୍ର କିଛି ଜଣ ଏହି ଟେକ୍ନୋଲଜିକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ।

{"id":153284,"width":576,"height":329}

ମହିଳା କମିଶନ ‘ଲୋକାଣ୍ଟୋ’ ନାମକ ଆପ୍ ବିରୋଧରେ ନୋଟିସ୍ ଜାରି କରିଛନ୍ତି । କମିଶନ ପୂର୍ବରୁ ହିଁ ଦିଲ୍ଲୀ ପୋଲିସକୁ ଏହି ଆପ୍ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମହିଳା କମିଶନ ଅନୁଯାୟୀ ଏହି ଆପ୍ ସମାଜ ଉପରେ ନକରାତ୍ମକ ପ୍ରଭାବ ପକାଉଛି । କାରଣ ଏହି ଆପ୍ ସମସ୍ତ ପ୍ରକାରର ସ୍ମାର୍ଟ ଫୋନ୍ ରେ ଉପଲବ୍ଧ ହେଉଛି ।

wp:core-embed/twitter {"url":"https://twitter.com/SwatiJaiHind/status/1167407370843983872","type":"rich","providerNameSlug":"twitter","className":""}
https://twitter.com/SwatiJaiHind/status/1167407370843983872
/wp:core-embed/twitter

ଏହି ଆପ୍ ମୂଳତଃ ବ୍ୟବହୃତ ସାମଗ୍ରୀକୁ ବିକ୍ରି କରିବା କାର୍ଯ୍ୟ କରିଥାଏ । ମାତ୍ର ଏହାକୁ ଲୋକମାନେ ଖୁଲମଖୁଲା ବେଶ୍ୟାବୃତ୍ତି ପାଇଁ ବ୍ୟବହାର କରୁଛନ୍ତି । ଏହି ଆପ୍ ରେ ଲୋକମାନେ ଆଡଲ୍ଟ ବିଜ୍ଞାପନମାନ ଦେଉଛନ୍ତି । ଯାହା ସାଧାରଣ ସମାଜ ଉପରେ ଖରାପ ପ୍ରଭାବ ପକାଉଛି । ଏହିଭଳି ଭାବେ ବେଶ୍ୟାବୃତ୍ତିକୁ ମୋବାଇଲ୍ ଆପ୍ ଜରିଆରେ ପ୍ରଶୟ ମଧ୍ୟ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.