Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

କରୋନା ସଂକ୍ରମଣ ନେଇ ଆଗକୁ ଆସିଲେ ବ୍ୟବସାୟୀ ସଂଘ, ଦିନ ୩ଟାରୁ ଦୋକାନ ବନ୍ଦ କରିବାକୁ ନେଲେ ନିଷ୍ପତ୍ତି

1/10/2020 at 10:29 PM

ନୀଳଗିରି,୧/୧୦:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କିଛି କମ ନୁହଁ। ଏନେଇ ନୀଳଗିରି ବ୍ୟବସାୟୀ ସଙ୍ଘ ସହାୟତା ପାଇଁ ଆଗକୁ ଆସିଛି। ଦିନ ୩ଟାରୁ ଦୋକାନ ବଜାର ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ କଟକଣାକୁ ଖାତିର ନକରି ନୀଳଗିରି ଅଂଚଳରେ ଅଞ୍ଚଳବାସୀ ସହରରେ ଅଯଥା ଭିଡ଼ ଜମାଉଥିବା ବେଳେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅନେକ ମୁହଁରେ ମାସ୍କ ନଲଗାଉଥିବା ବେଳେ ସମ ଦୂରତା ଯେପରି ସମସ୍ତେ ଭୁଲି ଯାଇଛନ୍ତି। ଫଳସ୍ୱରୁପ କରୋନା ମହାମାରୀ ହୁ ହୁ ହୋଇ ବୃଦ୍ଧି ପାଇଛି। ଶେଷରେ କଟକଣା ଜାରି କରିଛନ୍ତି ନୀଳଗିରି ବ୍ୟବସାୟୀ ସଂଘ।

ଆଜିଠାରୁ ମାସକ ପର୍ଯ୍ୟନ୍ତ ଦୋକାନ ବଜାର ଦିନ ଗୋଟାଏ ପରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ କିଛି ହୋଟେଲ ବ୍ୟବସାୟୀ ମାନେ ଏହାକୁ ଦିନ ୩ ଟା ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଦାବି କରି ନୀଳଗିରି ଏନଏସି ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ। ପରେ ଦୋକାନୀ ମାନେ ୩ ଟା ପର୍ଯ୍ୟନ୍ତ କଟକଣା ମାନି ଦୋକାନ ଖୋଲିବାକୁ ସହମତି ହୋଇଛନ୍ତି। ପରେ ସମସ୍ତ ଦୋକାନୀ ମାନେ ଦୋକାନ ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି। ସରକାରୀ ସ୍ତରରେ ଦୋକାନ ବନ୍ଦ କରିବା ନିଷ୍ପତି ନିଆଯାଇନଥିବା ବେଳେ ସଂକ୍ରମଣକୁ ଆଖିଆଗରେ ରଖି ବ୍ୟବସାୟୀଙ୍କ ଏଭଳି କଟକଣାକୁ ସାଧାରଣରେ  ସ୍ୱାଗତ କରାଯାଇଛି।

   Related Posts