Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌, ବାକିଥିଲା ସାଢ଼େ ୬ ଲକ୍ଷରୁ ଅଧିକ ଟିକସ…

12/03/2020 at 9:25 PM

ବୌଦ୍ଧ୧୨/୩: ପରିବହନ ନିୟମ ଉଲଂଘନ ଅଭିଯୋଗରେ  ବସ୍‌କୁ ହେଲା ଜରିମାନା। ପୁଣି ଏକ ଯାତ୍ରୀବାହୀ  ଉପରେ ବଡ଼ ଫାଇନ ଲଗାଇଛନ୍ତି ପରିବହନ ଅଧିକାରୀ, କାଟିଛନ୍ତି ଚାଲାଣ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ‘ବୁଢ଼ୀମା ନାମକ’ ଏହି ଯାତ୍ରୀବାହୀ ବସକୁ ୭  ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ କରିଛନ୍ତି ବୌଦ୍ଧ RTO। ସାରା ଦେଶ​‌ରେ ଲାଗୁ ହୋଇଥିବା ପରିବହନ ନିୟମରୁ ବସ୍‌ଟି ସଂଖ୍ୟାଧିକ ନିୟମ ଉଲଂଘନ କରିଥିବା ଜଣାଯାଇଛି।

ଖବର ଅନୁଯାୟୀ, ବସ୍‌ଟିର ରେଜିଷ୍ଟ୍ରେସନ ନଥିଲା ବା ପଞ୍ଜିକରଣ ହୋଇ ନଥିଲା। ଏଥପାଇଁ ସଡ଼କ ପରିବହନ ଅଧିକାରୀ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ସାଧାରଣ ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ବସ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସର ବୈଧ ସମୟ ଅତିବାହିତ ହୋଇ ସାରିଥିଲା।

ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ ହଜାର ଟଙ୍କା ଜରିମାନା ହୋଇଛି। ସେହିପରି ବସ୍‌ର ପଲ୍ୟୁସନ  ପ୍ରମାଣପତ୍ର, ପରମିଟ୍ କିମ୍ବା ବୀମା ସାର୍ଟିଫିକେଟ୍ ନଥିବା ଧଡ଼ପଗଡ଼ ବେଳେ ଜଣାପଡ଼ିଥିଲା। ସେଥିପାଇଁ ଆର୍‌ଟିଓ ଯଥାକ୍ରମେ ୧୦ ହଜାର, ୧୦ ହଜାର ଏବଂ ୨ ହଜାର ଟଙ୍କା ଜରିମାନ କରିଛନ୍ତି। କିନ୍ତୁ ଏହା ବାଦେ ବକେୟ ଟିକସ ଓ ଫାଇନ ବାବଦକୁ ୬ ଲକ୍ଷ ୭୪ ହଜାର ୭୩୦ ଟଙ୍କା ଜରିମାନା କଷିଛନ୍ତି ଆର୍‌ଟିଓ।  ଏହିପରି ଭାବରେ ବସ୍‌ଟିର ଚାଳକ ତଥା ମାଲିକ ବିନ୍‌କାର ସଞ୍ଜୀବ ସାହୁଙ୍କୁ ମୋଟ୍ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ୍‌ ରସିଦ୍‌ ଧରାଇଛନ୍ତି ପରିବହନ ଅଧିକାରୀ।

   Related Posts