ଯୁବତୀଙ୍କୁ ବିବସ୍ତ୍ର କରି ଗାଁ ଦାଣ୍ଡରେ ବୁଲାଇଲା ଅଭିଯୁକ୍ତ: ପୋଲିସ କଲା ଗିରଫ

Published By : Prameya-News7 Bureau | October 26, 2019 IST

ଆଜମଗଡ଼୨୬|୧୦: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ବିବସ୍ତ୍ର କରି ଗାଁ ଦାଣ୍ଡରେ ଅଭିଯୁକ୍ତ ବୁଲାଇଛନ୍ତି। ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ନାଁରେ ଯୁବତୀଙ୍କ ଭାଇ ଥାନାରେ ଏତଲା ଦେଇଛନ୍ତି।

ଆଜାମଗଡ଼ ଜିଲ୍ଲାର ରୌନମାର ଅଞ୍ଚଳରେ ରହୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ବହୁ ସମୟରେ ଏମାନେ ଯୁବତୀଙ୍କୁ ହଇରାଣ କରୁଥିଲେ। ବାଟରେ ଯିବାବେଳେ ବିଭିନ୍ନ ଅଶ୍ଳୀଳ ଭାଷାରେ ତାଙ୍କୁ କମେଣ୍ଟ ମାରୁଥିବା କଥା ପୀଡ଼ିତା କହିଛନ୍ତି। ଏନେଇ ପୂର୍ବରୁ ଅଭିଯୁକ୍ତ ଓ ପୀଡିତାଙ୍କ ଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପୀଡ଼ିତାଙ୍କ କହିବା ଅନୁସାରେ ଅକ୍ଟୋବର ୧୩ ତାରିଖ ରାତିରେ ପାଞ୍ଚଜଣ ଅଭିଯୁକ୍ତ ଜବରଦସ୍ତ ତାଙ୍କ ଘରେ ପଶିଥିଲେ। ପରିବାର ଲୋକ ବିରୋଧ କରିବାରୁ ଯୁବତୀଙ୍କୁ ବିବସ୍ତ୍ର କରି ଦାଣ୍ଡରେ ବୁଲାଇଥିଲେ। ଏହିଥିହ ପାଞ୍ଚ ଜଣ ଅଭିଯୁକ୍ତ ମିଶି ପରିବାର ଲୋକଙ୍କୁ ‌ମାଡ଼ପିଟ୍ କରିଥିଲା। ଝଗଡ଼ା ସମୟରେ ପାଞ୍ଚ ଅଭିଯୁକ୍ତ ବ୍ଲାଙ୍କ ଫାୟାରିଂ ମଧ୍ୟ କରିଥିଲେ। ଏହା ପରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ। ଘଟଣାର ପରଦିନ ପାଞ୍ଚଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.