Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସେହ୍ଵାଗଙ୍କ କଟାକ୍ଷ- ବୁଲେଟ୍ ଟ୍ରେନ୍ ଆସିଯିବ ମାତ୍ର ଧୋନୀ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ ନାହିଁ, ମୋଦୀ ଜୀ ଆପଣ ଟିକେ ବୁଝାନ୍ତୁ

26/09/2020 at 5:53 PM

ନୂଆଦିଲ୍ଲୀ ୨୬।୦୯: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀ ହାତରୁ ଚେନ୍ନାଇ ସୁପରକିଙ୍ଗ୍ସ ୪୪ ରନରେ ପରାସ୍ତ ହୋଇଛି। ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସଂଘର୍ଷ କରି ମଧ୍ୟ କ୍ରମାଗତ ଦ୍ଵିତୀୟ ପରାଜୟ ଭୋଗିଛି। ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି ଧୋନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲେ ଏବଂ ପ୍ରଥମ ଓଭରରେ ପୃଥ୍ଵୀ ସଙ୍କ ଓ୍ଵିକେଟ୍ ନେଲେ। ହେଲେ ଅପିଲ୍ କଲେ ନାହିଁ। ଖାଲି ପଡିଆରେ କାହାକୁ କିଛି ଶୁଣାନଯିବା ଆଶ୍ଚର୍ଯ୍ୟର କଥା ବୋଲି ସେହ୍ଵାଗ କହିଛନ୍ତି।

ଯଦି ପ୍ରଥମ ଓଭରରେ ପୃଥ୍ଵୀ ସ ଆଉଟ୍ ହୋଇ ଯାଇଥାନ୍ତେ ତେବେ ଦିଲ୍ଲୀର ସ୍କୋର ବୋଧହୁଏ ଏତେ ହୋଇନଥାନ୍ତା ଏବଂ ମ୍ୟାଚ୍‌ର ଫଳାଫଳ ଆଉ କିଛି ହୋଇଥାନ୍ତା। କିନ୍ତୁ ପୃଥ୍ଵୀ ସଙ୍କୁ ସୁଯୋଗ ମିଳିଲା ଏବଂ ସେ ଏହାର ଭରପୂର ଫାଇଦା ଉଠାଇ ୬୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।

ନିଜର ଖାସ୍‌ ଭିଡିଓରେ ସେହ୍ଵାଗ ସିଏସକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ କହିଛନ୍ତି, ଡୁପ୍ଲେସିସ୍‌ଙ୍କ ପରିଶ୍ରମ ଦେଖି ମୋ ଆଖିରେ ଲୁହ ଆସିଗଲା। ତଥାପି ଧୋନୀ ପୁଣି ଥରେ ବ୍ୟାଟିଂ କରିବାକୁ ଆସିଲେ ନାହିଁ। ସେହ୍ଵାଗ କହିଛନ୍ତି ଏବେ ଏମିତି ଲାଗୁଛି ଦେଶରେ ବୁଲେଟ୍ ଟ୍ରେନ ଆସିଯିବ ହେଲେ ମହେନ୍ଦ୍ର ସିଂହ ଧୋନୀ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ ନାହିଁ। ମୋଦୀ ଜୀ ଆପଣ ତ ଟିକେ ଧୋନୀଙ୍କୁ ବୁଝାନ୍ତୁ। ଏମିତି ଲାଗୁଛି ଥାଲାଙ୍କୁ କୁହାଯାଇଛି ଯେ ଆପଣ ୧୪ ଓଭର ପର୍ଯ୍ୟନ୍ତ କ୍ଵାରେଣ୍ଟାଇନ୍‌ରେ ରହିବ। ମାତ୍ର ଯେତେବେଳେ ସେ କ୍ରିଜ୍‌କୁ ଆସିଲେ ମ୍ୟାଚ୍‌ ହାତରୁ ଖସି ସାରିଥିଲା।

ଏହା ପୂର୍ବରୁ ସେହ୍ଵାଗ ଧୋନୀଙ୍କ ଟିମ୍‌ର ବ୍ୟାଟସମ୍ୟାନଙ୍କ ପାଇଁ ନିଜର ଖାସ୍ ଶୈଳିରେ ଟ୍ଵିଟ୍ କରି କହିଥିଲେ ଯେ, ଚେନ୍ନାଇ ବ୍ୟାଟସମ୍ୟାନ ପିଟି ପାରୁନାହାନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ବ୍ୟାଟିଂ କରିବା ପାଇଁ ଗ୍ଲୁକୋଜ ପିଇକି ଆସିବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତି ଖେଳାଯାଇଥିବା ଦିଲ୍ଲୀ ବନାମ ଚେନ୍ନାଇ ମୁକାବିଲାରେ ଟସ୍‌  ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୧୭୫ ରନର ସମ୍ମାନଜନକ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ୭ ଓ୍ଵିକେଟ୍ ହରାଇ କେବଳ ୧୩୧ ରନ କରିବାକୁ ସକ୍ଷମ  ହୋଇଥିଲା।

   Related Posts