୧୫୦ କିମି ବେଗରେ ଚାଲିଥିଲା ବୁଲେଟ୍ ଟ୍ରେନ, କ୍ୟାବିନ୍ ଛାଡି ବାଥ୍‌ରୁମ ଚାଲିଗଲେ ଡ୍ରାଇଭର, ତା ପରେ...

Published By : Prameya-News7 Bureau | May 22, 2021 IST

ଟୋକିଓ ୨୨।୦୫: ଦ୍ରୁତଗାମୀ ବୁଲେଟ ଟ୍ରେନ ଏବଂ ଏହାର  ଉତ୍ତମ ସଞ୍ଚାଳନକୁ ନେଇ ଦୁନିଆରେ ଜାପାନର ସ୍ଵତନ୍ତ୍ର ପରିଚୟ ରହିଛି। ଏହି କାରଣରୁ ଜାପାନରେ  ବୁଲେଟ୍ ଟ୍ରେନ ବିଦେଶୀ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ମାତ୍ର ସେଠାରେ ଜଣେ ବୁଲେଟ୍ ଟ୍ରେନ ଚାଳକ ଏମିତି ଭୁଲ୍ କରିଛନ୍ତି, ଯାହା ଶତାଧିକ ଯାତ୍ରୀଙ୍କ  ଜୀବନକୁ ବିଦପରେ ପକାଇ ଦେଇଥିଲା। ଯେଉଁ ସମୟରେ ବୁଲେଟ୍ ଟ୍ରେନ ୧୫୦ କିମିରୁ ଅଧିକ ବେଗରେ ଗତି କରୁଥିଲା ସେହି ସମୟରେ ଚାଳକ କ୍ୟାବିନ ଛାଡି ବାଥରୁମ ଚାଲି ଯାଇଥିଲେ।

{"id":455832,"sizeSlug":"large","linkDestination":"none"}

ଏହି ଘଟଣା ମେ ୧୬ ତାରିଖର। ଟ୍ରେନର ବେଗ ଘଣ୍ଟା ୧୫୦ କିଲୋମିଟରରୁ ଅଧିକ ଥିବା ବେଳେ ଚାଳକ ବାଥରୁମକୁ ଚାଲି ଯାଇଥିଲେ। ୩୬ ବର୍ଷୀୟ ଡ୍ରାଇଭର ହିକାରୀ ବୁଲେଟ୍ ଟ୍ରନ ନମ୍ବର ୬୩୩ର କକପିଟ୍‌ରୁ ପ୍ରାୟ ୩ ମିନିଟ୍ ବାହାରେ ରହିଥିଲେ। ସେହି ସମୟରେ ଟ୍ରେନରେ ୧୬୦ ଯାତ୍ରୀ ଯାତ୍ରା କରୁଥିଲେ।

{"id":455828,"sizeSlug":"large","linkDestination":"none"}

ଡ୍ରାଇଭର ସେହି ସମୟରେ ଜଣେ କଣ୍ଡକ୍ଟରଙ୍କୁ ଟ୍ରେନର ଦାୟିତ୍ଵ ଦେଇଥିଲେ, ଯାହାଙ୍କ ପାଖରେ ଟ୍ରେନ ଚଳାଇବାର ଲାଇସେନ୍ସ ନଥିଲା। ଜାପାନର ସ୍ଥାନୀୟ ସମୟନୁସାରେ ସକାଳ ପ୍ରାୟ ୮ଟା ୧୫ରେ ଟ୍ରେନଟି ସିଜୁଓକାରେ ଅଟାମୀ ଷ୍ଟେସନ ଓ ମିଶିମା ଷ୍ଟେସନ ମଧ୍ୟରେ ଯାତ୍ରା କରୁଥିଲା।

{"id":455833,"sizeSlug":"large","linkDestination":"none"}

ଜାପାନରେ ବୁଲେଟ୍ ଟ୍ରେନରେ ଦାୟିତ୍ଵ ରହୁଥିବା କଣ୍ଡକ୍ଟରଙ୍କ କାମ ଯାତ୍ରୀଙ୍କୁ ଚଢାଇବା ଓ ଅନ୍ୟ କାର୍ଯ୍ୟ ସମ୍ଭାଳନ୍ତି। ମାତ୍ର ଟ୍ରେନକୁ ସଞ୍ଚାଳନ କରିବା ସେମାନଙ୍କର ଦାୟିତ୍ଵ ନୁହେଁ। ଘଟଣା ପରେ ବୁଲେଟ୍ ଟ୍ରେନ ଡ୍ରାଇଭର କ୍ଷମା ମାଗି କହିଛନ୍ତି, ଦୀର୍ଘ ସମୟ ଧରି ସେ ପରିଶ୍ରା ଯାଇନଥିଲେ, ଏହି କାରଣରୁ ପେଟ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଶୌଚ ପାଇଁ ସେ ନିକଟ ରେଲଓ୍ଵେ ଷ୍ଟେସନରେ ଟ୍ରେନକୁ ରୋକିବାକୁ ଚାହୁଁନଥିଲେ। ସେଥିପାଇଁ କିଛି ସମୟ କଣ୍ଡକ୍ଟରଙ୍କୁ କକପିଟ୍ ଦାୟିତ୍ଵ ଦେଇ ନିଜେ ବାର୍ଥ ରୁମ ଚାଲି ଯାଇଥିଲେ।

ହେଲେ ସୌଭାଗ୍ୟବଶତଃ ଟ୍ରେନ ସଞ୍ଚାଳନରେ କୌଣସି ତ୍ରୁଟି ହୋଇନଥିଲା। ଡ୍ରାଇଭର ବାଥରୁମରୁ ଆସି କକପିଟକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଏହା ପରେ ଟ୍ରେନକୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଥିଲେ। କିନ୍ତୁ ଡ୍ରାଇଭରଙ୍କ ଏହି ମନମୁଖୀ କାର୍ଯ୍ୟକୁ ପ୍ରଶାସନିକ ମହଲରେ କଡା ଶବ୍ଦରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.