ବଳଦ ଗିଳି ଦେଲା ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର : ୮ଦିନ ଯାଏଁ ଗୋବରରେ ଖୋଜୁଥିଲା ଚାଷୀ , କିନ୍ତୁ …….

Published By : Prameya-News7 Bureau | September 14, 2019 IST

ଅହମଦନଗର ୧୪/୯: ପର୍ବପର୍ବାଣି ତାଲିକାରେ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ହେଉଛି ପୋଲା ଯାହାକୁ ଛତିଶଗଡ଼ି ଭାଷାରେ ପୋରା କହନ୍ତି। ଭାଦ୍ରବ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏହି ପୋଲା ପର୍ବ ଖରିଫ ଫସଲର ଦ୍ବିତୀୟ ପର୍ଯ୍ୟାୟ ସରିଯିବା ପରେ ପାଳନ କରାଯାଏ। ଫସଲ ବୃଦ୍ଧି ପାଇବା ଖୁସିରେ ଚାଷୀମାନେ ବଳଦଙ୍କୁ ପୂଜା କରି କୃତଜ୍ଞତା ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥାଏ। ଭାରତର ଅନ୍ୟାନ୍ୟ ରାଜ୍ୟ ସହ ମହାରାଷ୍ଟ୍ରରେ ମଧ୍ୟ ପୋଲା ପର୍ବ ପାଳନ କରାଯାଇଥାଏ।

{"id":157427}

ଏହି ପୂଜା କରାଯାଉଥିବାବେଳେ ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଏଠାରେ ଏକ ବଳଦ ଗୋଟିଏ ଦେଢ଼ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଗିଳି ଦେଇଛି। କାଳେ ବଳଦ ମଳତ୍ୟାଗ କଲାବେଳେ ତା ପେଟରୁ ମଙ୍ଗଳସୂତ୍ରଟି ବାହାରି ଆସିବ ସେଥିପାଇଁ ମଙ୍ଗଳସୂତ୍ର ହରାଇ ଥିବା ବ୍ୟକ୍ତି ୮ଦିନ ଯାଏଁ ଗୋବରକୁ ଯାଞ୍ଚ କରିଥିଲେ । ତେବେ ମଙ୍ଗଳସୂତ୍ରଟି ନମିଳିବା ଯୋଗୁଁ ଶେଷରେ ବଳଦ ପେଟ ଅପରେସନ କରି ମଙ୍ଗଳସୂତ୍ରକୁ ବାହାର ଯାଇଥିଲା।

{"id":157428}

ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଅହମଦନଗରର ଏକ ଗାଁରେ ଜଣେ ଚାଷୀ ପୋଲା ଦିନ ନିଜ ବଳଦକୁ ପୂରା ଗାଁରେ ବୁଲାଇଥିଲେ ଏବଂ ତା’ର ପୂଜା କରିଥିଲେ। ସେହି ସମୟରେ ଚାଷୀଙ୍କ ପତ୍ନୀ ପୂଜାଥାଳିରେ ସୁନାର ମଙ୍ଗଳସୂତ୍ର ରଖିଥିଲେ। ଠିକ୍ ସେହି ସମୟରେ ବିଜୁଳି କଟି ଯାଇଥିଲା। ଲାଇନ୍ ଚାଲିଯିବା ଫଳରେ ଚାଷୀଙ୍କ ପତ୍ନୀ ଘର ଭିତରକୁ ମହମବତୀ ଆଣିବାକୁ ଚାଲିଯାଇଥିଲେ । ସେହି ସମୟରେ ବଳଦ ମିଠାସହ ମଙ୍ଗଳସୂତ୍ର ଗିଳି ଦେଇଥିଲା। ମହିଳାଜଣକ ତାଙ୍କ ସ୍ବାମୀଙ୍କୁ ଏକଥା କହିବାରୁ ଚାଷୀ ବଳଦର ପାଟି ଭିତରେ ହାତ ପୂରାଇ ମଙ୍ଗଳସୂତ୍ର ବାହାର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ମଙ୍ଗଳସୂତ୍ର ବଳଦର ପେଟ ଯାଏଁ ପହଞ୍ଚି ସାରିଥିଲା।

{"id":157429}

ଏହା ପରେ ଚାଷୀ ଗାଁ ଲୋକଙ୍କ ପାମର୍ଶରେ ବଳଦ ଗୋବରକୁ  ଅପେକ୍ଷା କରିଥିଲେ । କିନ୍ତୁ ପାଖାପାଖି ୮ଦିନ ବିତିଯିବା ପରେ ବଳଦ ପେଟରୁ ମଙ୍ଗଳସୂତ୍ର ବାହାରିନଥିଲା। ଶେଷରେ ଉପାୟଶୂନ୍ୟ ହୋଇ ଚାଷୀ ବଳଦକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଯାଞ୍ଚରୁ ଜଣା ପଡ଼ିଥିଲା ଯେ ମଙ୍ଗଳସୂତ୍ରଟି ବଳଦର ରେଟିକୁଲମରେ ଫସିଯାଇଛି। ଏହା ପରେ ଡାକ୍ତର ବଳଦର ଅପରେସନ କରିଥିଲେ ଏବଂ ମଙ୍ଗଳସୂତ୍ର ବାହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.