Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

୭୦ ଫୁଟ ଗଭୀର କୂଅରେ ଖସି ପଡିଲା ଷଣ୍ଢ: ଉଦ୍ଧାର କାର୍ଯ୍ୟରେ ନାକେଦମ ଅଗ୍ନିଶମ ବିଭାଗ

24/06/2020 at 7:06 PM

ଭୁବନ୨୪/୬: ସରକାରୀ କୂଅରେ ଖସି ପଡିଲା ଷଣ୍ଢ। ତାକୁ ଉଦ୍ଧାର କରିବାକୁ ଯାଇ ଅଗ୍ନିଶମ ବିଭାଗ ନାକେଦମ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଉଁଶକଣ ବ୍ରାହ୍ମଣ ସାହି କୂଅରେ ଗତକାଲି ବିଳମ୍ବିତ ରାତି ଦୁଇଟି ଷଣ୍ଢ ମଧ୍ୟରେ ଘମାଘୋଟ ଲଢେଇ ହୋଇଥିଲା । ଦୁଇଟି ଷଣ୍ଢ ମଧ୍ୟରୁ ଗୋଟିଏ ଷଣ୍ଢ କୂଅରେ ପଡି ଯାଇଥିଲା ।  ଗ୍ରାମବାସୀ ଭୁବନ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ। କିନ୍ତୁ ଗଭୀର କୂଅ ମଧ୍ୟରେ ଅମ୍ଲଜାନ ଅଭାବରୁ ଷଣ୍ଢଟି ଅଣନିଶ୍ବାସୀ ହୋଇ ପଡିଥିଲା। କୂଅ ମଧ୍ୟରେ ପାଣି ଛିଞ୍ଚନ କରି ବହୁ କଷ୍ଟରେ ଷଣ୍ଢଟିକୁ ଉଦ୍ଧାର କରାଯାଇଥିଲା । ଏହି ସରକାରୀ କୂଅରେ ଏହାକୁ ମିଶାଇ ଚାରିଥର ଷଣ୍ଢ, ଗାଇଗୋରୁ ପଡିଲେଣି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ।

   Related Posts