Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭାଇ ହେଲା ଭଗାରୀ: ସାନ ଭାଇ ଘରେ ନିଆଁ ଲଗାଇ ଦେଲା ବଡ଼ ଭାଇ

12/05/2020 at 5:26 PM

ଆଠଗଡ୧୨/୫: ସାନ ଭାଇ ଘରେ ନିଆଁ ଲଗାଇଦେଲା ବଡ଼ ଭାଇ। ନରସିଂହପୁର ଥାନା ନଖପଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସାରଙ୍ଗ ଅମାନ୍ତ ଓ ବୈକୁଣ୍ଠ ଅମାନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଭାଇ ବିରିଞ୍ଚି ଅମାନ୍ତଙ୍କୁ ଗିରଫ କରିଛି ପୋଲିସ୍।ଜମିବାଡି ବିବାଦକୁ କେନ୍ଦ୍ରକରି ନିଆଁ ଅଭିଯୁକ୍ତ ଭାଇ ନିଆଁ ଲଗେଇ ଦେଇଥିବା କୁହାଯାଇଛି।ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଘର ଜଳିପୋଡି ପାଉଁଶ। ଝିଅ ବାହାଘର ଲାଗି ରଖିଥିବା ଏକଲକ୍ଷ ଟଙ୍କା ମଧ୍ୟ ଜଳିଯାଇଥିବା ସୂଚନା

ଅନ୍ତର୍ଗତ ବାଲିସାହି ପଞ୍ଚାୟତ ନଖପଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ି ଯାଇଛି ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣାରୁ ପ୍ରକାଶ ଯେ ନଖପଡା ଗ୍ରାମର ସାରଙ୍ଗ ଅମାନ୍ତ ଓ ବୈକୁଣ୍ଠ ଅମାନ୍ତଙ୍କ ଘରେ ତାଙ୍କ ଭାଇ ବିରିଞ୍ଚି ଅମାନ୍ତ ଘରବାଡି ବିବାଦକୁ ନେଇ ନିଆଁ ଲଗାଇଥିବା ଜଣାପଡ଼ିଛି ।ଏ ନେଇ ନରସିଂହପୁର ଥାନାରେ ଅଭିଯୋଗ ହୋଇଛି ଅଭିଯୋଗକୁ ଭିତ୍ତକରି ନରସିଂହପୁର ପୋଲିସ ଅଭିଯୁକ୍ତ ଭାଇ ବିରିଞ୍ଚିକୁ ଗିରଫ କରିଛି।ଅନ୍ୟପଟେ ଖବର ପାଇଁ  ଦମକଳ ବାହିନୀ ଆସିବା ପୂର୍ବରୁ ୪ ବଖରା ଘର ସଂପୂର୍ଣ୍ଣ ପୋଡି  ଯିବା ସହିତ ଘରର ସମସ୍ତ ଆସବାବପତ୍ର ସମେତ ଝିଅ ବାହାଘର ପାଇଁ ରଖିଥିବା ଏକଲକ୍ଷ ଟଙ୍କା ମଧ୍ୟ ଜଳି ଯାଇଥିବା  ଅଭିଯୋଗ ହୋଇଛି ।

   Related Posts