କୋଭିଡ୍‌ ନିୟମ ଉଲଂଘନ କରି ଅଡ଼ୁଆରେ ବରଘର: ଗୋଟେ ଥାନାରେ ୨ଟି ମାମଲା, ୫୦ ହଜାର ଜରିମାନା ସହ ବର ଗାଡି ଜବତ

Published By : Prameya-News7 Bureau | July 04, 2020 IST

ବ୍ରହ୍ମପୁର୪/୭: ବିବାହ ଉତ୍ସବରେ ଖୋଲା ଖୋଲି ଭାବେ କୋଭିଡ୍‌ ନିୟମ ଉଲଂଘନ କରିବା ପଡିଲା ମହଙ୍ଗା।ଏହି ଅଭିଯୋଗ ଆଧାରରେ ଗୋପାଳପୁର ଥାନାରେ ମାମଲା ରୁଜୁ ହୋଇଛି।  ଏ ସଂପର୍କରେ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଏହି ଖବର ପ୍ରଥମେ  ନ୍ୟୁଜ ୭ ରେ ଖବର ପ୍ରସାରିତ ହୋଇଥିଲା। ତଦନ୍ତ ପରେ କୋଭିଡ୍‌ ନିୟମ ଉଲଂଘନକାରୀଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ଏସ୍‌ପି ପି.ପିନାକ ମିଶ୍ର କହିଛନ୍ତି। ସେପଟେ ହୋଟେଲରୁ ୫୦ ହଜାର ଟଙ୍କା ଜୋରମାନା ଆଦାୟ ସହ ବର ଯାତ୍ରୀ ଗାଡ଼ି ଜବତ କରିଛି ପୋଲିସ୍। ଏହି ଘଟଣାରେ ଗୋପାଳପୁର ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

wp:html /wp:html

ମିଳିଥିବା ସୂଚନା ମୁତାବକ ବ୍ରହ୍ମପୁରର ଏକ ହୋଟେଲ ମାଲିକଙ୍କ ପୁଅଙ୍କ ବାହାଘରରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବାର ଭିଡିଓ ଭାଇରାଲ୍  ହୋଇଛି । ଗତକାଲି ଏହି ବାହାଘର ହୋଇଥିଲା। ବାହାଘର ବରଯାତ୍ରୀ ଶୋଭାଯାତ୍ରା ବେଳେ ବିନା ମାସ୍କରେ ସାମାଜିକ ଦୂରତ୍ବ ନ ରଖି ଡିଜେ ଗୀତରେ ନାଚିବାର ଦେଖିବାକୁ ମିଳିଛି ।

ଏହି ବିବାହ ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ବର କାରରେ ନାଚୁଥିବାର ଦେଖିବାକୁ ମିଳିଛି । ବର ପାଖରେ ବହୁ ଲୋକ ରହିଥିବା ବେଳେ କାହା ମୁହଁରେ ମାସ୍କ ଥିବା ଦେଖାଯାଉ ନଥିଲା । କରୋନା ସମୟରେ ଯେକୌଣସି ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ବେଳେ ସବୁ କୋଭିଡ୍ ନିୟମକୁ ମାନିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡା ନିୟମ ଥିବାବେଳେ ଡିଜେ ଲଗାଇ ଡ୍ୟାନ୍ସ କରିବା, ଏତେ ମାତ୍ରାରେ ଲୋକଙ୍କୁ ଡାକି ସାମାଜିକ ଦୂରତା ଭାଙ୍ଗିବା, ବିନା ମାସ୍କରେ ଡ୍ୟାନ୍ସ କରିବା ପାଇଁ କିଏ ଅନୁମତି ଦେଲା ଏବେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.