Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବରମାଳା ପିଙ୍ଗି ଦେଲେ କନ୍ୟା: ବନ୍ଧା ପଡ଼ିଲେ ବରଯାତ୍ରୀ…

19/01/2020 at 5:20 PM

ମଙ୍ଗୋଲପୁରୀ୧୯/୧: ବାହାବେଦୀରେ ବରମାଳା ପିଙ୍ଗି ଦେଲେ କନ୍ୟା। ମାତ୍ର ମାରମାଳା ଅଦଳବଦଳ ସମୟରେ ବରପକ୍ଷ ଅଧିକ ଯୌତୁକ ଦାବି କରିଥିଲେ। ପୂର୍ବରୁ ବର ଓ କନ୍ୟା ଉଭୟଙ୍କ ମଧ୍ୟରେ ଯାହା କଥା ହୋଇଥିଲା। ତାହାଠାରୁ ଅଧିକ ଯୌତୁକ ବରଘର ଲୋକ ଦାବି କରିଥିଲେ। ଏହି କଥାକୁ ନେଇ ବିବାହବେଦୀ ନିକଟରେ ଉଭୟ ପକ୍ଷ ଭିତରେ ଭୀଷଣ ଝଗଡ଼ା ହୋଇଥିଲା। ଏତେ ଟଙ୍କା ଯୌତୁକ ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କନ୍ୟାର ପିତା ପୂର୍ବରୁ କହିଥିଲେ। ତାହା ସତ୍ତ୍ବେ ବରଘର ଲୋକ ଅଧିକ ଯୌତୁକ ଦାବି କରିଥିଲେ। କନ୍ୟା ଯୌତୁକ କଥା ଶୁଣି ବିବାହବେଦୀରେ ବରମାଳା ପିଙ୍ଗି ଦେଇଥିଲେ। ବିବାହ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ।

ଘଟଣା ଏତିକିରେ ଶେ​‌ଷ ହୋଇ ନଥିଲା। କନ୍ୟାର ସଂପର୍କୀୟମାନେ ବର ସମେତ ବରଯାତ୍ରୀଙ୍କୁ ଅଟକାଇ ଦେଇଥିଲେ। ବିବାହ ବାବଦକୁ ସେତିକି ଟଙ୍କା ଖର୍ଚ୍ଚ ହୋଇଛି ସବୁ ଟଙ୍କା ଦେବାକୁ କନ୍ୟାର ଘର ଲୋକ ଦାବି କରିଥିଲେ। ଏହି ଘଟଣା ସଂପର୍କରେ ସୂଚନା ପାଇ ଦିଲ୍ଲୀର ସଙ୍ଗମ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍‌ର ହସ୍ତକ୍ଷେପ ପରେ ବରଘର ଲୋକ ମୁକୁଳିଥିଲେ। ବରଘର ଲୋକ ଖର୍ଚ୍ଚ ଟଙ୍କା ଦେବେ ବୋଲି ପ୍ରସ୍ତୁତି ଦେଇଥିଲେ। ଏହା ପରେ ବର ଓ ବରଯାତ୍ରୀଙ୍କୁ କନ୍ୟା ଘର ଲୋକ ଛାଡ଼ି ଦେଇଥିଲେ।

ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ବିବାହ କାର୍ଯ୍ୟକ୍ରମରେ ଏଭଳି ଅଘଟଣ ଘଟିଛି।  ମଙ୍ଗଲପୁରୀ ଅଞ୍ଚଳରେ ବର ଓ କନ୍ୟା ଉଭୟଙ୍କ ଘର। ଉଭୟଙ୍କ ପରିବାରର ସହମତିରେ ବାହାଘର ସ୍ଥିର ହୋଇଥିଲା। ଏହା ପ୍ରସ୍ତାବିତ ବାହାଘର ଥିଲା।

   Related Posts