ସ୍ବାମୀଙ୍କ ଘର ଭିତରକୁ ପ୍ରବେଶ ପୂର୍ବରୁ ଆରପାରିକୁ ଚାଲିଗଲେ ନବ ବିବାହିତା

Published By : Prameya-News7 Bureau | January 17, 2020 IST

ହିସାବଟୀ୧୭/୧: ନବ ବିବାହିତ ବୋହୂଙ୍କୁ ଘର ଭିତରକୁ ପାଛୋଟି ନେବା ପାଇଁ ପରିବାର ଲୋକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପାଞ୍ଚ ଭଉଣୀରେ ଗୋଟିଏ ଭାଇ। ତାଙ୍କ ବାହାଘର ଖୁସିରେ ପରିବାର ବର୍ଗ ଓ ସଂପର୍କୀୟମାନେ ଘର ସାମ୍ନାରେ ବସି ଥାଆନ୍ତି। କିଛି ସମୟ ଭିତରେ ସବୁ ଖୁସି ଫସର ଫାଟିଗଲା। ପାଲିଙ୍କି ବସି ଆସିଥିବା କନ୍ୟା କୋକେଇରେ ଗଲେ ମଶାଣି। କ୍ଷଣକେରେ ସବୁ ଖୁସିରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା। ଏଭଳି ଅଭାବନୀୟ ଘଟଣା ଅନୁପସହରେ ଘଟିଛି।

{"id":212652,"sizeSlug":"large"}

ସୂଚନା ମୁତାବକ ଅନୁପସହର ଅଞ୍ଚଳର ହିସାବଟୀ ବାସିନ୍ଦା କମଲ ସିଂହଙ୍କ ପୁଅ ମନୋଜ କୁମାର ବାହାଘର ଥିଲା। ବର ଓ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ। ସେଠାରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଫେରିବା ବାଟରେ ଘଟିଥିଲା ଅଘଟଣ। ବର ଓ କନ୍ୟା ଆସୁଥିବା ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ  ବାଡ଼େଇ ହୋଇଥିଲା। ମୁରାଦାବାଦର ଆଗ୍ରା ନିକଟରେ ଏଡି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ କନ୍ୟା ଶିବାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର ସମେତ ବରଯାତ୍ରୀ ଆଘାତ ପାଇଥିଲେ।

{"id":212653,"sizeSlug":"large"}

ବର ମନୋଜ କୁମାରଙ୍କ କହିବା ଅନୁସାରେ ସକାଳେ ଫେରିବା ସମୟରେ ଘନ କୁହୁଡ଼ି ହୋଇଥିଲା। ତେଣୁ ଡ୍ରାଇଭର ବେପରୁଆ ଭାବେ ଗାଡ଼ି ଚଳାଇଥିଲେ। ଯାହାଫଳରେ ଆସିବା ବାଟରେ ଗାଡ଼ି ଭାରସାମ୍ୟ ହରାଇ ଗଛରେ ବାଡ଼େଇ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି କନ୍ୟାର ମୃତଦେହ ଗାଡ଼ିରୁ ବାହାର କରିଥିଲେ। ଏହାସହ ଆଘାତ ପାଇଥିବା ବର ଓ ବରଯାତ୍ରୀଙ୍କୁ ହସ୍ପିଟାଲକୁ ପଠାଇଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ଛାୟାଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.