ବ୍ରେକଅପ୍ ପରେ ପ୍ରେମିକାକୁ ୩ଥର ଗଳା ଚିପି ହତ୍ୟା ଉଦ୍ୟମ କଲା ପ୍ରେମିକ : ବଞ୍ଚିଯିବାରୁ ଓଢ଼ଣୀରେ ଭିଡ଼ି ନେଲା ଜୀବନ

Published By : Prameya-News7 Bureau | April 27, 2019 IST

ବଡ଼ୋଦରା ୨୭/୪: ଜୁନା ପାଦରା ରୋଡ଼ରେ ଗୁରୁବାର ପ୍ରେମିକ ବ୍ରେକ୍ ଅପ୍ କରିଥିବା ପ୍ରେମିକା ସହ ଝଗଡ଼ା କରି ଦେଢ଼ ଘଣ୍ଟା ମଧ୍ୟରେ ୩ଥର ଗଳା ଚିପି ହତ୍ୟା ଉଦ୍ୟମ କରି ଅସଫଳ ହେବା ପରେ ପ୍ରେମିକା ଓଢ଼ଣୀରେ ଫାଶୀ ଦେଇ ହତ୍ୟା କରିଛି। ଏହାପରେ ଶବକୁ ଏକ ଗଛ ପଟେ ଲୁଚାଇ ଦେଇଛି। ପୋଲିସ୍ କିଛି ସମୟ​ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି।

{"id":107921,"width":595,"height":595}

ପ୍ରାଚୀ ମୈାର୍ଯ୍ୟ ଏବଂ ଓ୍ବାସିମ୍ ଅରହାନ୍ ପାରୁଲ ୟୁନିଭର୍ସିଟିରେ ଇଞ୍ଜିନିୟରିଙ୍ଗ ପଢ଼ୁଥିଲେ। ୪ବର୍ଷ ପୂର୍ବରୁ ପ୍ରାଚୀ ଯେତେବେଳେ ପଞ୍ଚମ ସେମିଷ୍ଟରରେ ଥିଲେ ସେତେବେଳେ ଓ୍ବାସିମ୍ ତୃତୀୟ ସେମିଷ୍ଟାରରେ ଥିଲେ। ଏହି ସମୟରେ ଓ୍ବାସିମଙ୍କ ବ୍ୟାକ୍ ଲାଗିଥିଲା। ତେଣୁ ପ୍ରାଚୀ ତାଙ୍କୁ ଟ୍ୟୁସନ କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା। ସେମାନେ ୪ବର୍ଷ ସମ୍ପର୍କରେ ଥିଲେ। ସେମାନେ ବିଳମ୍ବିତ ରାତି ଯାଏଁ ଚାଟିଂ କରୁଥିଲେ। ସେମାନଙ୍କ ନିୟମ ଥିଲା ଯେ ପ୍ରତିଦିନ ୨୦ମିନିଟ୍ ଯାଏଁ ନିଶ୍ଚୟ ଚାଟିଂ କରିବେ।

{"id":107923,"width":593,"height":593}

ଚାଟିଂ ସମୟରେ ଓ୍ବାସିମଙ୍କୁ ସନ୍ଦେହ ହୋଇଥିଲା ଯେ ପ୍ରାଚୀ ବିଳମ୍ବିତ ରାତି ଯାଏଁ ଅନଲାଇନ୍ ରହୁଛନ୍ତି। ଏହା ଅର୍ଥ ସେ ଆଉ କାହା ସହ ସମ୍ପର୍କରେ ଅଛନ୍ତି। ଦେଢ଼ ମାସ ପୂର୍ବରୁ ପ୍ରାଚୀ,ଓ୍ବାସିମଙ୍କୁ ବ୍ଲକ୍ କରି ଦେଇଥିଲେ। ଏଥିରୁ ଓ୍ବାସିମ୍ ବୁଝି ଯାଇଥିଲା ଯେ ପ୍ରାଚୀ ତାକୁ ଆଉ ଭଲ ପାଉ ନାହାନ୍ତି। ୧୫ଦିନ ପୂର୍ବରୁ ପ୍ରାଚୀ ତାଙ୍କ ସହ ଅଳକାନଗରୀରେ ଥିବା ଏପ୍ଲାସ ଡ୍ରାମା ଷ୍ଟୁଡିଓରେ କାମ କରୁଥିବା ଅଙ୍କିତଙ୍କ ସହ ଘନିଷ୍ଠ ହୋଇଥିଲେ ଏବଂ ତାଙ୍କୁ ଭଲ ପାଇ ବସିଥିଲେ। ଏଥିରେ ଓ୍ବାସିମଙ୍କ ମୁଣ୍ଡକୁ କ୍ରୋଧ ଚଢ଼ିଥିଲା। ସେ ପ୍ରାଚୀଙ୍କୁ ଠିକଣା ଲଗାଇବାକୁ ଯୋଜନା କରିଥିଲା।

{"id":107924,"width":595,"height":595}

ଖମ୍ଭାତରେ ଗୁରୁବାର ପ୍ରାଚୀ ଏବଂ ତାଙ୍କ ୨୦ଜଣ ବନ୍ଧୁଙ୍କ ମୂକ ନାଟକ ଥିଲା। ଏଥିରେ ପ୍ରାଚୀ ମାଆ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସହ ଅଙ୍କିତ ମଧ୍ୟ ଥିଲେ। ଓ୍ବାସିମ୍ ପତା ଲଗାଇ ଦେଇଥିଲେ ଯେ ପ୍ରାଚୀ କେତେବେଳେ ଫେରିବେ। ସେ ପ୍ରାଚୀଙ୍କୁ ଅପେକ୍ଷା କରି ବସିଥିଲା। ରାତି ୧:୩୫ରେ ପ୍ରାଚୀ ଷ୍ଟୁଡିଓରୁ ଫେରିବା ବେଳେ ଓ୍ବାସିମ୍ ଦେଖିଥିଲା ଯେ ଅଙ୍କିତ ପ୍ରାଚୀଙ୍କୁ ତାଙ୍କ ଘରକୁ ଛାଡ଼ିବାକୁ ଯାଉଛି। ଅଙ୍କିତ ବାଇକରେ ଏବଂ ପ୍ରାଚୀ ନିଜ ଆକ୍ଟିଭାଯେ ଯାଉଥିଲେ। ଓ୍ବାସିମ୍ ତାଙ୍କ ପିଛା କରିଥିଲା। ଆଗକୁ ଯାଇ ଅଙ୍କିତ ଏବଂ ପ୍ରାଚୀ ଏକ ବଗିଚାରେ ବସି କଥା ହୋଇଥିଲେ। ଏହି ସମୟରେ ଓ୍ବାସିମ୍ ସେଠାରେ ପହଞ୍ଚି ଯାଇଥିଲା। ଓ୍ବାସିମ୍ ସେମାନଙ୍କୁ ପଚାରିଥିଲା ଯେ ଏତେ ରାତିରେ ଏଠାରେ କାହିଁକି ବସିଛ? ଏପରି କହି ସେ ଉଭୟଙ୍କ ଫଟୋ ଉଠାଇଥିଲା ଏବଂ କହିଥିଲା ଯେ ମୁଁ ପୋଲିସକୁ ଫୋନ୍ କରୁଛି। ଏହିପରି ଭାବେ ସେ ଉଭୟଙ୍କୁ ହଇରାଣ କରିଥିଲା। ଏହାପରେ ସେମାନେ ସେଠାରୁ ଚାଲିଯାଇଥିଲେ। ପାଖାପାଖି ୨:୧୫ରେ ଅଙ୍କିତ,ପ୍ରାଚୀଙ୍କୁ ତାଙ୍କ ସୋସାଇଟି ବାହାରେ ମେନ ରୋଡ଼ରେ ଛାଡ଼ି ଚାଲିଯାଇଥିଲା।

{"id":107926,"width":594,"height":594}

ଅଙ୍କିତ ଯିବା ପରେ ଓ୍ବାସିମ ପ୍ରାଚୀ ନିକଟରେ ପହଞ୍ଚି ଯାଇଥିଲା। ସେଠାରେ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ଓ୍ବାସିମ୍ ପ୍ରାଚୀଙ୍କୁ ତାଙ୍କ ଦେହ କିପରି ଅଛି ବୋଲି ପଚାରିଥିଲା। ଏହାପରେ ପ୍ରାଚୀ କହିଥିଲେ ଯେ ଏହା ମୋର ବ୍ୟକ୍ତିଗତ ବ୍ୟାପାର। ତୁମେ ମଝିରେ ପଡ଼ ନାହିଁ,ଆମର ବ୍ରେକ ଅପ ହୋଇଯାଇଛି। ତୁମେ ମୋତେ ହଇରାଣ କରନାହିଁ। ଯାଅ ଏଠାରୁ। ଏହାପରେ ତାଙ୍କ ମଧ୍ୟରେ ଝଗଡ଼ା ଆହୁରି ବଢ଼ିଯାଇଥିଲା। ଏଥିରେ ପ୍ରାଚୀ ଓ୍ବାସିମଙ୍କ ଗାଲ​ରେ ଦୁଇଟି ଚାପୁଡ଼ା ମାରିଥିଲେ। ଏଥିରେ ଓ୍ବାସିମ୍ ରାଗିଯାଇଥିଲେ। ଏହାପରେ ଓ୍ବାସିମ୍ ପ୍ରାଚୀଙ୍କ ଗଳା ଚିପିବା ଆରମ୍ଭ କରିଥିଲେ। ପ୍ରାଚୀ ପ୍ରତିକାର କରିବାରୁ ତାଙ୍କ ନଖ ଓ୍ବାସିମଙ୍କ ହାତରେ ଶରୀରରେ ଲାଗିଯାଇଥିଲା। ଏହାପରେ ସେ ପଛକୁ ବୁଲିଯିବାରୁ ଓ୍ବାସିମର କହୁଣୀରେ ପୁଣି ଥରେ ପ୍ରାଚୀଙ୍କ ଗଳା ଚିପି ହୋଇଯାଇଥିଲା। ଉଭୟେ ରୋଡରେ ପଡ଼ିଯାଇଥିଲେ। ପ୍ରାଚୀ ଛଟପଟ ହେଉଥିଲେ। ଏହି ସମୟରେ ଓ୍ବାସିମ୍ ପ୍ରାଚୀଙ୍କ ଗଳାକୁ ଆଉ ଥରେ ଜୋରରେ ଚିପି ଦେଇଥିଲେ।

{"id":107927,"width":595,"height":992}

ପ୍ରାଚୀ ବେହୋସ୍ ହୋଇଯାଇଥିଲେ। ଏହି ସମୟରେ ସେଠାରୁ ଏକ ବାଇକ୍ ଅତିକ୍ରମ କରିଥିଲା। ଏହା ଦେଖି ଓ୍ବାସିମ୍ ଛିଡ଼ା ହୋଇ ଫୋନରେ କଥା ହେବାର ନାଟକ କରିଥିଲା। ବାଇକ୍ ଚାଳକ ଟିକେ ରହି ଯାଇ ସେଠାରୁ ଚାଲିଯାଇଥିଲା। ଏହାପରେ ଓ୍ବାସିମ୍ ସେଠାରୁ ଚାଲିଯାଇଥିଲା। ଅଧା ରାସ୍ତାରେ ତାକୁ ମନେ ପଡ଼ିଥିଲା ଯେ ସେ ତା’ ମୋବାଇଲ୍ ପ୍ରାଚୀ ପାଖରେ ଭୁଲି ଆସିଛି। ସେ ଫେରି ଆସି ଦେଖିଥିଲା ଯେ ପ୍ରାଚୀ ଜୀବିତ ଅଛନ୍ତି। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା। ଓ୍ବାସିମ୍ ତା’ର ମୋବାଇଲ ଆଣି ପୁଣି ଥରେ ପ୍ରାଚୀଙ୍କ ଓଢ଼ଣୀ ଆଣି ଗଳା ଚିପି ଦେଇଥିଲେ। ଏଥର ପ୍ରାଚୀଙ୍କ ପରମାୟୁ ଚାଲିଯାଇଥିଲା। ଏହାପରେ ଓ୍ବାସିମ୍ ତାଙ୍କ ଶବକୁ ଘୋଷାଡ଼ି ଆଣି ରାସ୍ତା କଡ଼ରେ ଗଛ ଏବଂ କାନ୍ଥ ମଝିରେ ଶୁଖିଲା ପତ୍ରରେ ଫୋପାଡ଼ି ସେଠାରୁ ଚାଲିଯାଇଥିଲା।

{"id":107928,"width":595,"height":595}

ଗୁରୁବାର ଭୋର ୩:୩୦ରେ ପ୍ରାଚୀଙ୍କ ହତ୍ୟା କରି ଓ୍ବାସିମ୍ ଘରେ ପହଞ୍ଚି ନିଜ ବାପାଙ୍କ ଗୋଡ଼ ଧରି ପ୍ରାଚୀଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏହା ଶୁଣି ତାଙ୍କ ବାପା ଚୁପ୍ ହୋଇ ଯାଇଥିଲେ। ସେ ସକାଳେ ୬:୩୦ରେ ଭରୁଚ ଯିବାକୁ ବାହାରିଥିଲା। ରେଲଓ୍ବେ ଷ୍ଟେସନ ଆସି ଓ୍ବାସିମ୍ ଭରୁଚ ପାଇଁ ଟିକେଟ କିଣିଥିଲା।

{"id":107931,"width":594,"height":446}

ସକାଳେ ରାସ୍ତାରେ ଯାଉଥିବା ଲୋକେ ଶବକୁ ଦେଖି ପୋଲିସକୁ ସୂଚନା ଦେବାରୁ ବୋଲିସ୍ ତତକ୍ଷଣାତ୍ ସେଠାରେ ପହଞ୍ଚିଥିଲା। କିଛି ସମୟ ମଧ୍ୟରେ ପୋଲିସ୍ ସମସ୍ତ ସୂଚନା ପାଇଯାଇଥିଲା। ଏବଂ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ଦେଇଥିଲା। ପୋଲିସ୍ ରିକସା ଚାଳକ ଏବଂ ଟିକେଟ ଚେକର ରୂପରେ ଷ୍ଟେସନରେ ଓ୍ବାସିମକୁ ଖୋଜିଥିଲା। ଏବଂ ସେ ଭରୁଚ ଯିବା ଆଗରୁ ପୋଲିସ୍ ତାକୁ ଗିରଫ କରିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.