ଭୋକ ହେବାରୁ ବଡ ଭାଇକୁ ଛାଡି ଘରକୁ ଫେରୁଥିଲା ୫ ବର୍ଷର ଶିଶୁ, ବାଟରେ ଝୁଣି ଖାଇଗଲେ କୁକୁର

Published By : Prameya-News7 Bureau | May 30, 2021 IST

କୋରାପୁଟ ୩୦।୦୫:  ୫ ବର୍ଷର ଶିଶୁ ପୁତ୍ରକୁ ଖାଇଗଲେ ଏକାଧିକ କୁକୁର। ରବିବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ଗ୍ରାମ ପଞ୍ଚାୟତର କୁସୁମଗୁଡା ଗାଁରେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନା ଅନୁସାରେ ଉକ୍ତ ଗାଁର ଏକ ୫ ବର୍ଷର ଶିଶୁ ପୁତ୍ର ତାର ବଡ଼ ଭାଇ ସାଙ୍ଗରେ ଗାଁ ପାଖ ନଦୀକୁ ଗାଧୋଇବାକୁ ଯାଇଥିଲା। ବଡ଼ ଭାଇ ନଦୀରେ ଗାଧୋଉଥିବା ବେଳେ ସାନ  ଭାଇ ଭୋକ ଲାଗିବାରୁ ଶୀଘ୍ର ଗାଧୋଇ ଘରକୁ ଫେରିଥିଲା। ହେଲେ ଘରକୁ ଆସିବା ବାଟରେ ଏହି ୫ ବର୍ଷର ଶିଶୁଟିକୁ ଏକାଧିକ କୁକୁର ଏକ ସଙ୍ଗେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି। ଏକ ଅପମୃତ୍ୟୁ ମାମଲା କରାଯାଇଥିବା ଜଣା ପଡିଛି। ଖବର ପାଇ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥି  ଉକ୍ତ ଗାଁକୁ ଯାଇ ମୃତ ଶିଶିର ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ଓ ୫୦ କିଲୋ ଚାଉଳ ଦେଇଛନ୍ତି। ଅଧିକ କ୍ଷତିପୂରଣ ଦେବା ପାଇ ଗାଁ ଲୋକ ଦାବି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.