ଗଭୀର କୁଣ୍ଡରେ ଖସି ପଡିଲେ ଯୁବକ, ଦୀର୍ଘ ଅଢ଼େଇ ଘଣ୍ଟା ଲାଗିଲା ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | August 24, 2019 IST

ମହାରାଷ୍ଟ୍ର୨୪|୮: ମହାରାଷ୍ଟ୍ରର ଔରଙ୍ଗାବାଦର ଥିବା ବିଶ୍ବ ପ୍ରସିଦ୍ଧ ଅଜନ୍ତା-ଏଲୋରା ଗୁମ୍ପା ନିକଟରେ ବୁଲୁଥିବା ଜଣେ ଯୁବକ ଶୁକ୍ରବାର ଦିନ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲେ। ଏକ ରଶି ମାଧ୍ୟମରେ ପୋଲିସ ଓ ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରିଛନ୍ତି।ଉଦ୍ଧାର କାର୍ଯ୍ୟ ପ୍ରାୟ ଅଢ଼େଇ ଘଣ୍ଟାଧରି ଚାଲିବା ପରେ ତାଙ୍କୁ ଉପରକୁ ଅଣାଯାଇଥିଲା। ଯୁବକଙ୍କ ନାଁ ହେଉଛି ଅଶୋକ ଭାଉସାହେବ ହୋଲଗୁଣ୍ଡେ ସେ ମୁମ୍ବାଇରେ ରହନ୍ତି। ବର୍ତ୍ତମାନ ସେ ଭଲ ଅଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପାହାଡ଼ ଉପରେ ଚଢ଼ି ସେ ଝରଣା ଦେଖିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ପାହାଡ଼ ତଳକୁ ସେ ଖସି ପଡ଼ିବା ସମୟରେ ଗୌସ ଖାନ ନାମକ ଜଣେ ଯୁବକ ଦେଖି ପୋଲିସକୁ ଖବର ଦେଇଥିଲେ। ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହୟତାରେ ୨୦୦ ଫୁଟ କୁଣ୍ଡରୁ ଯୁବକଙ୍କୁ ଉଦ୍ଧାର କରିଥିଲା। ଏଲୋରା କୁମ୍ପା ବିଶ୍ବ ପ୍ରସିଦ୍ଧ ସ୍ଥଳ। ଏଠାକୁ ପ୍ରତିଦିନ ବହୁତ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.