Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୁଣି ବଢ଼ିପାରେ ଚୀନ-ଭାରତ ସୀମା ବିବାଦ, ନୂଆ ଆଇନ୍‌ ଆଣିଲା ବେଜିଂ

24/10/2021 at 5:10 PM

ନୂଆଦିଲ୍ଲୀ ୨୪/୧୦: ଦେଶର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ‘ପବିତ୍ର ଏବଂ ଅକ୍ଷୁର୍ଣ୍ଣ’ ରଖିବା ଉଦେଶ୍ୟରେ ବେଜିଂ ସୀମାବର୍ତ୍ତୀ ଅଞ୍ଚଳ ପାଇଁ ନୂଆ ଆଇନ୍‌ ଆଣିଛି। ଏହି ଆଇନ୍‌ ଦ୍ବାରା ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ସରକାରୀ ନ୍ୟୁଜ୍‌ ଏଜେନ୍ସି ଶିହ୍ନୁଆରେ ପ୍ରକାଶିତ ଖବର ମୁତାବିକ, ନ୍ୟାସନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି)ର ସ୍ଥାୟୀ ସମିତି ଶନିବାର ସଂସଦର ସମାପନ ବୈଠକରେ ଏହି ଆଇନ୍‌କୁ ମଞ୍ଜୁରୀ ଦେଇଛି।

ଏହି ନିୟମ  ଜାନୁଆରୀ ୨୦୨୨ରେ ଲାଗୁ ହେବ। ଆଇନ୍‌ ସାହାଯ୍ୟରେ ସୀମା ସୁରକ୍ଷା ମଜଭୁତ କରିବା, ଆର୍ଥିକ ଏବଂ ସାମାଜିକ ବିକାଶ, ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ଼ କରିବା, ସେଠାକkର ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଦି କରିବାକୁ ଲକ୍ଷ ରଖିଛି ଚୀନ। ସୀମାରେ ସୁରକ୍ଷା ବ୍ୟବସ୍ଥା ସହ  ସାମାଜିକ ଏବଂ ଆର୍ଥିକ ବିକାଶର ସମନ୍ବୟ ରକ୍ଷା କରିବା ଉପରେ ଠୋସ୍‌ ପଦକ୍ଷେପ ଗ୍ରହଣ କରିପାରେ।

ଏହା ବ୍ୟତୀତ ପଡ଼ୋଶୀ ଦେଶ ସହ ଲାଗି ରହିଥିବା ସୀମା ବିବାଦର ଉଚିତ ସମାଧାନ ଖୋଜିବାକୁ ମଧ୍ୟ ଚୀନ ପଦକ୍ଷେପ ଗ୍ରହଣ କରିପାରେ ବୋଲି କୁହାଯାଇଛି। ବେଜିଂ ପକ୍ଷରୁ ୧୨ ପଡ଼ୋଶୀଙ୍କ ସହ ସୀମା ବିବଦାର ସମାଧାନ କରାଯାଇଛି। କିନ୍ତୁ ଭାରତ ଏବଂ ଭୁଟାନ ସହ ଏବେ ବି ବିବାଦ ଲାଗି ରହିଛି। ଭାରତ ଏବଂ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ୩,୪୮୮ କିଲୋମିଟର କ୍ଷେତ୍ରରେ ସୀମା ବିବାଦ ଥିବା ବେଳେ ଭୁଟାନ ସହ ୪୦୦ କିମି କ୍ଷେତ୍ରରେ ବିବାଦ ଲାଗି ରହିଛି ।  

   Related Posts