ତିନି ଦେହଜୀବୀଙ୍କୁ ମୁକ୍ତ କଲେ ବମ୍ଵେ ହାଇକୋର୍ଟ, କହିଲେ- ମହିଳାଙ୍କୁ ଧନ୍ଦା ବାଛିବାର ଅଧିକାର ରହିଛି

Published By : Prameya-News7 Bureau | September 25, 2020 IST

ମୁମ୍ବାଇ ୨୫।୦୯: ବେଶ୍ୟାବୃତ୍ତି ଆଇନତଃ କୌଣସି ଅପରାଧ ନୁହେଁ। ଜଣେ ମହିଳାଙ୍କୁ ନିଜର ଧନ୍ଦା ବାଛିବାର ଅଧିକାର ରହିଛି। ତାଙ୍କ ସହମତି ବିନା ତାଙ୍କୁ ପୋଲିସ ଅଟକ ରଖି ପାରିବ ନାହିଁ। ଏହି ସଂପର୍କିତ ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଗୁରୁବାର ତିନି ଜଣ ଦେହଜୀବୀଙ୍କୁ ଛାତ୍ରାବାସରୁ ମୁକ୍ତ କରିଛି।

ବିଚାରପତି ପୃଥ୍ଵୀରାଜ ଚହ୍ଵାଣ କହିଛନ୍ତି ଅନୈତିକ ଗତିବିଧି ଅଧିନିୟମ(ପିଆଇଟିଏ), ୧୯୫୬ ଉଦ୍ଦେଶ୍ୟରେ ବେଶାବୃତ୍ତିକୁ ସମାପ୍ତ କରାଯାଇ ପାରିବ ନାହିଁ। ସେମିତି କୌଣସି ଆଇନ୍ କାନୁନ ନାହିଁ ଯାହା ବେଶ୍ୟାବୃତ୍ତିକୁ ଅପରାଧ ବିବେଚନା କରୁଛି, ନା କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କରୁଛି, କାରଣ ସେମାନେ ବେଶ୍ୟାବୃତ୍ତିରେ ଲିପ୍ତ ଅଛନ୍ତି ବୋଲି ବିଚାରପତି କହିଛନ୍ତି।

ଏହା ସ୍ପଷ୍ଟ କରାଯାଉ ଯେ କଣ ବାଣିଜ୍ୟିକ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ସାର୍ବଜନୀନ ସ୍ଥଳରେ ଶୋଷଣ କରାଯିବା ଆଇନତଃ  ଦଣ୍ଡତନୀୟ କି ? ଏହି କ୍ରମରେ ବିଚାରପତି ୨୦, ୨୨ ଓ ୨୩ ବର୍ଷୀୟ ତିନି ଯୁବତୀଙ୍କୁ ମୁକ୍ତ କରିଛନ୍ତି।

୨୦୧୯ ସେପ୍ଟେମ୍ବରରେ ମଲୋଦର ଚିଞ୍ଚୋଲି ବିନ୍ଦର ଅଞ୍ଚଳରୁ ମୁମ୍ବାଇ ପୋଲିସର ସାମାଜିକ ସେବା ଶାଖା ଦ୍ଵାରା ପ୍ରଲୋଭନ ଦେଇ ରଖାଯାଇଥିବା ଏହି ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ମହିଳାଙ୍କୁ ମହାନଗରୀୟ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଏହା ପରେ ତିନି ଯୁବତୀଙ୍କୁ ଛାତ୍ରାବାସକୁ ପଠାଯାଇଥିଲା।

ଏହା ପୂର୍ବରୁ ୨୦୧୯ ଅକ୍ଟୋବର ମାସରେ ମାଜିଷ୍ଟ୍ରେଟ୍ ଯୁବତୀଙ୍କୁ ମାଙ୍କ ହେପାଜତରେ ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ। କାରଣ ଯୁବତୀ ତାଙ୍କ ମା-ବାପାଙ୍କ ସାଥୀରେ ରହିବା ତାଙ୍କ ହିତରେ ନଥିଲା ତେଣୁ ମାଜିଷ୍ଟ୍ରେଟ୍ ଯୁବତୀଙ୍କୁ ଉତ୍ତର ପ୍ରଦେଶର ଏକ ମହିଳା ଛାତ୍ରାବାସରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.