ସାନଖେମୁଣ୍ଡି୨୪/୪: ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ। ଶେରଗଡ଼ ଥାନା ବୁରୁପଡ଼ା ଗାଁ ନିକଟରେ ଚାଷ ଜମିରୁ ମିଳିଛି ଏହି ମୃତ ଦେହ। ମୃତ ଯୁବକଙ୍କର ନାଁ ବୁଲୁ ଖଟେଇ। ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକ ବୁଲୁଙ୍କ ମୃତଦେହ ଦେଖିଥିଲେ। ଏହି ଖବର ତାଙ୍କ ପରିବାର ଲୋକ ଜାଣିବା ପରେ ବୁଲୁଙ୍କ ମୃତ ଦେହକୁ ଘରକୁ ଆଣିଥିଲେ। ମିଳିଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ବୁଲୁଙ୍କ ମୃତ୍ୟୁ କିପରି ହେଲା, ତାହା ନେଇ ସ୍ଥାନୀୟ ପୋଲିସ୍ ତଦନ୍ତ ଚଳାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଦ୍ବିତୀୟ ପର୍ଯ୍ୟାୟରେ ୨୪ ହେଭିଓ୍ବେଟ୍ ; ରାହୁଲ, ଥରୁର...