ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ସୋମବାରଠୁ ଥିଲେ ନିଖୋଜ
9/12/2020 at 7:46 PM

ଢେଙ୍କାନାଳ ୦୯।୧୨: ଏକ ପରିତ୍ୟକ୍ତ କୂଅରେ ନିଖୋଜ ଯୁବକଙ୍କ ମୃତ ଦେହ ଠାବ ହୋଇଛି। ମୃତକ ହେଲେ ଢେଙ୍କାନାଲ ଜିଲ୍ଲା କାମାଖ୍ୟାନଗର ବାଇସିଙ୍ଗା ଗ୍ରାମର ଅଦୈତ ନାୟକ। ବାଇଶିଙ୍ଗା ଗ୍ରାମର ଏହି ପରିତ୍ୟକ୍ତ କୂଅରୁ ଯୁବକର ମୃତଦେହ ଉଦ୍ଧାର କରାଯାଇଛି।
ଅଦୈତ ସୋମବାର ଠାରୁ ନିଖୋଜ ଥିବାବେଳେ ବୁଧବାର ଅପରାହ୍ନରେ ତାଙ୍କ ମୃତଦେହ ଗ୍ରାମର ସମବାୟ ସମିତି କାର୍ଯ୍ୟାଳୟ ପଛରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ଠାରୁ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପରେ ଶବକୁ ବ୍ୟବଚ୍ଛେଦ ପାଇିଁ ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।