Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଡାକ୍ତର, ପୋଲିସ କହିଲା ଆତ୍ମହତ୍ୟା ନୁହେଁ ହତ୍ୟା..

21/10/2019 at 5:01 PM

ହରଦୋଇ୨୧|୧୦: ଏକ ଚାଞ୍ଚଲ୍ୟକାର ଘଟଣା ସାମ୍ନାକୁ ଆସିଛି। ଜଣେ ବିଏଏମଏସ ଡାକ୍ତରଙ୍କ ଶବ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ କ୍ଲିନିକ୍‌ରୁ ଉଦ୍ଧାର କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଡ଼ାକ୍ତରଙ୍କ ମୃତ ଦେହ ଉଦ୍ଧାର ବେଳେ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ ହୋଇଛି।

 ଡ଼ାକ୍ତରଙ୍କ ଆତ୍ମହତ୍ୟାର କାରଣ ସେ ସୁଇସାଇଡ୍‌ ନୋଟ୍‌ରେ ଲେଖି ଆତ୍ମହତ୍ୟା କରିଛନ୍ତି। ଡାକ୍ତରଙ୍କ ଜଣେ ବନ୍ଧୁ ତାଙ୍କୁ ଧୋକା ଦେବାରୁ ସେ ଆତ୍ମହତ୍ୟା କରିଥିବା କଥା ସୁସାଇଡ୍‌ ନୋଟ୍‌ ଉଲ୍ଲେଖ ଥିଲା। ଘଟଣାସ୍ଥଳରେ ସୁସାଇଡ୍ ନୋଟ୍ ବ୍ୟତୀତ ଅନ୍ୟ କିଛି ଜିନିଷ ମାରଣାସ୍ତ୍ର ପୋଲିସ ହାତରେ ଲାଗି ନଥିଲା। ତେଣୁ ପୋଲିସ ସନ୍ଦେହ ଆରମ୍ଭ କରିଥିଲା। ଉତ୍ତର ପ୍ରଦେଶର ହରଦୋଇରେ ଏଭଳି ଘଟଣା ଘଟିଛି।

ସୂଚନାଯୋଗ୍ୟ ଯେ ଡାକ୍ତର ନିଜ କ୍ଲିନିକ୍‌ରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଡାକ୍ତରଙ୍କ ଘରର ତଳ ମହଲାରେ ସେ କ୍ଳିନିକ୍‌ ଖୋଲି ଥିଲେ। ରାତିରେ ଗୁଳି ଶବ୍ଦ ଶୁଣି ଉପର ମହଲାର ଥିବା ଲୋକ ତଳକୁ ଆସିଥିଲେ। ଡାକ୍ତରଙ୍କ ମୃତ ଦେହ ତାଙ୍କ କ୍ଲିନିକ୍‌ ପଡିଥିବାର ଦେଖି ପୋଲିସକୁ ସ୍ଥାନୀୟ ଲୋକ ଖବର କରିଥିଲେ।

ଡ଼ାକ୍ତରଙ୍କ ଆତ୍ମହତ୍ୟାର କାରଣ ତାଙ୍କ ସାଙ୍ଗ ବୋଲି ସୁସାଇଡ୍‌ ନୋଟ୍‌ରେ ଲେଖା ହୋଇଥିଲା। ପୋଲିସ ସୁସାଇଡ୍‌ ନୋଟ୍ ଜବତ କରିବା ପରେ ବି ଡାକ୍ତରଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି। ଡାକ୍ତର ନିଜକୁ ନିଜ ଗୁଳି କରି ଆତ୍ମହତ୍ୟା କରିଥିଲେ ବୋଲି ସୁସାଇଡ୍‌ ନୋଟ୍ ଓ ଶବ ଦୁଇଟି ବଳିଷ୍ଠ ପ୍ରମାଣ ରହିଛି।

ହେଲେ ଡାକ୍ତର ଆତ୍ମହତ୍ୟା କରିଥିବା ବନ୍ଧୁକ ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ ମିଳି ନାହିଁ। ଏନେଇ ପୋଲିସର ସନ୍ଦେହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ହସ୍ପିଟାଲକୁ ଡାକ୍ତରଙ୍କ ଶବ ପଠାଇ ଦେଇଛି। ପୋଲିସ ଡାକ୍ତରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରି ରଖିଛି।

   Related Posts