ଦକ୍ଷିଣ ପୂର୍ବ ରେଳପଥର ବଡପୁଳିଆଁ ନିକଟରେ ଏକ ଅଚିହ୍ନା ଯୁବକଙ୍କ ଶବ ଉଦ୍ଧାର

Published By : Prameya-News7 Bureau | August 22, 2020 IST

ଝାରସୁଗୁଡା ୨୨।୦୮:  ଦକ୍ଷିଣ ପୂର୍ବ ରେଳପଥର  ଧୁତରା ରେଳ ଷ୍ଟେସନ ନିକଟସ୍ଥ ମଝି ବଡପୁଳିଆଁ ରେଲୱେ ଗ୍ରିଡପଏଣ୍ଟ ଡାଉନଲାଇନ ଖୁଣ୍ଟ ନଂ. ୫୦୭/୧୮ ପାଖରେ ଏକ ଅଚିହ୍ନା ଯୁବକ(୪୦) ମୃତଦେହ ପଡି ରହିଥିବା ଶୁକ୍ରବାର ସନ୍ଧ୍ୟାରେ ଡାଉନ ଇଣ୍ଟରସିଟି ଏକ୍ସପ୍ରେସ୍ ଡ୍ରାଇଭର ଧୁତରା ଷ୍ଟେସନକୁ ଖବର ଦେଇଥିଲେ। ଆଜି ସକାଳ ୮ଟା ରେ ରେଳବାଇ ପୋଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

ମୃତ ଯୁବକର ମୁଣ୍ଡଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା ଜଣା ପଡିଛି। ସେ ହାଫ ଜିନ ପେଣ୍ଟ, ସ୍କାଏ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖାଯାଇଛି। ମୃତ ଅଚିହ୍ନା ଯୁବକଟି ଆଖପାଖ ଅଞ୍ଚଳର ହୋଇନଥିବା ଏବଂ କାମପାଇଁ ଅନ୍ୟରାଜ୍ୟରୁ ଶ୍ରମିକ ରୂପେ ଆସିଥିବା ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି। ଏହାସହିତ ବର୍ତ୍ତମାନ ସମୟରେ କୌଣସି ପାସେଞ୍ଜର ଟ୍ରେନ୍ କିମ୍ବା ଦ୍ରୁତଗାମୀ ଏକ୍ସପ୍ରେସ୍ର ଗମନାଗମନ ନ ଥିଲା ବେଳେ ଏପରି ଅବସ୍ଥାରେ ଯୁବକଟି ପଡିରହିଥିବା ତାହା ସମସ୍ତ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ସ୍ଥାନକୁ ଶବ କିପରି ପହଞ୍ଚିଲା ସେ ନେଇ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ। କାରଣ ସେହିସ୍ଥାନରେ ଗୋଟିଏ ପରେ ଗୋଟିଏ ଏପରି ଅଘଟଣ ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଧୁତରା ରେଳଷ୍ଟେସନ ନିକଟରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ଲାଇନ ନିର୍ମାଣ ଚାଲିଥିବା ବେଳେ ବାହାର ରାଜ୍ୟରୁ କାମ କରିବାକୁ ଆସି ଉଚ୍ଚସ୍ଥାନରୁ ପଡିଥିବା ମଧ୍ୟ ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.