Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଶାରିରୀକ ଦୁର୍ବଳତା ଅନୁଭବ କରୁଛନ୍ତି କି? ତେବେ ଆଜିଠୁ ଖାଇବାକୁ ଆରମ୍ଭ କରି ଦିଅନ୍ତୁ ଏହି ସୁଆଦିଆ ଜିନିଷ

3/10/2019 at 3:22 PM

ଆଜି ଆମେ ଆପଣଙ୍କୁ କ୍ୟାଲୋରୀରେ ଭରପୂର ଏକ ଏପରି ହେଲଦି ଫୁଡ ବିଷୟରେ କହିବୁ,ଯାହା ପ୍ରାୟତଃ ଅଧିକାଂଶ ଲୋକଙ୍କ ଘରେ ସହଜରେ ମିଳିଯାଇଥାଏ। ଆମେ ଯାହା ବିଷୟରେ କହୁଛୁ ତାହା ହେଉଛି ମଖାନା। ମଖାନାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ଏବଂ ଔଷଧୀୟ ଗୁଣ ରହିଥାଏ,ଯାହା ସ୍ବାସ୍ଥ୍ୟ ପାଇଁ କୌଣସି ବରଦାନଠୁ କମ୍ ହୋଇନଥାଏ। ତେବେ ଆଜି ଆମେ ଜାଣିବୁ ମଖାନା ଖାଇବାର ସଠିକ୍ ଉପାୟ ଏବଂ ଏହା ଦ୍ବାରା ହେଉଥିବା ଫାଇଦା ବିଷୟରେ

ମଖାନା ଖାଇବା ଦ୍ବାରା ଓଜନ କମ୍ ହୋଇଥାଏ। ମଖାନାରେ କ୍ୟାଲୋରୀ ଅଧିକ ଏବଂ ଫ୍ୟାଟ୍ ବହୁତ କମ୍ ଥାଏ। ମଖାନା ଖାଇବା ଦ୍ବାରା ପେଟ ଭର୍ତ୍ତି ହୋଇଥାଏ,ଏଥିପାଇଁ ମଖାନାକୁ ସ୍ନାକ୍ସ ଭାବେ ସେବନ କରାଯାଇଥାଏ।

ଏହା ପାଚନପ୍ରକ୍ରିୟାକୁ ଠିକ୍ ରଖିଥାଏ। ମଖାନାରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ। ଏହି ମଖାନାକୁ ଭାଜି ଏଥିରେ ଟିକେ କଳା ଲୁଣ ମିଶାଇ ସେବନ କରନ୍ତୁ।

ଏହା ଶରୀରକୁ ମଜବୁତ ଏବଂ ଶକ୍ତିଶାଳୀ କରିଥାଏ। ଏଥିପାଇଁ ୨୫୦ମିଲି କ୍ଷୀରରେ ଗୋଟିଏ ମୁଠା ମଖାନା ମିଶାଇ କ୍ଷୀରକୁ ଗରମ କରନ୍ତୁ। ଏହାକୁ ମିଠା କରିବା ପାଇଁ ଅଳ୍ପ ଟିକେ ମିଶିରି ପକାଇ ଦିଅନ୍ତୁ ଏବଂ ଏହାକୁ ଜଳଖିଆ ରୂପେ ସେବନ କରନ୍ତୁ। ଫଳରେ ଦୁର୍ବଳତା ଦୂର ହୋଇଥାଏ,ଶରୀର ମଜବୁତ ହୋଇଥାଏ ଏବଂ ଏହା ସହିତ ମୁଣ୍ଡ ଘୂରାଇବା ସମସ୍ୟା ଦୂର ହୋଇଥାଏ।

କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥିବା ହେତୁ ମଖାନା ହାତ ଗୋଡ଼ ଯନ୍ତ୍ରଣା ଏବଂ ହାଡ଼ର ଦୁର୍ବଳତାକୁ ମଧ୍ୟ ଦୂର କରିଥାଏ। ଏଥିପାଇଁ ମଖାନାକୁ ଆପଣ ଯେକୌଣସିଭାବେ ନିଜ ଡାଏଟରେ ସାମିଲ କରି ପାରିବେ।

   Related Posts