କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଆସିଲା ମୃତଦେହ

Published By : Prameya-News7 Bureau | June 03, 2020 IST

ନୀଳଗିରି୩/୬: ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଦାମୋଧରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହାନ୍ତ ପରେ ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନିବେଦନ କରିଥିଲେ। ଏହି ଘଟଣାରେ ସେ ହସ୍ତକ୍ଷେପ କରିବାରୁ ଶବଟି ତାଙ୍କର ଜନ୍ମ ମାଟିକୁ ଆସିବା ପାଇଁ ସଫଳ ହୋଇଛି। ସୂଚନାରୁ ପ୍ରକାଶ କି ସିମୁଳିଆ ଦାମୋଧରପୁର ମଧୁସୁଧନ ରାଉତଙ୍କ ପୁଅ କମଳାକାନ୍ତ (୪୩) ବେଙ୍ଗାଲୁରୁର ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ମେ ୨୭ ତାରିଖରେ ତାଙ୍କର ଏକ ଦୁର୍ଘଟଣା ଘଟିବାରୁ ସେ ଗୁରୁତର ଭାବେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କର ସାନ ଭାଇ ଯାଇଥିବାବେଳେ କେହି ତାଙ୍କ ମୁତ ଶରୀର ଛୁଇଁବାକୁ ଡରୁଥିଲେ। ନିଜର ଜନ୍ମ ମାଟିକୁ ଶବ ଆଣିବାକୁ ପରିବାର ଲୋକ ଅନାଇଥିବା ବେଳେ ସମସ୍ତ ଘଟଣା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସଙ୍କୁ ଜଣାଇଥିଲେ। ସେ ସମସ୍ତ ଘଟଣା ମନ୍ତ୍ରୀଙ୍କୁ ଅବଗତ କରିବା ପରେ ସେ ହସ୍ତକ୍ଷେପ କରି କାମ କରୁଥିବା କମ୍ପାନୀ ସହିତ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଫୋନ ମାଧ୍ୟମରେ କଥା ହୋଇଥିଲେ।

ଏପରି କି ଇଣ୍ଡିଆନ ମାକ୍ସ ସ୍ୱେଚ୍ଛାସେବୀ ସଙ୍ଗଠନ ବାଙ୍ଗାଲୋରରେ ସହାୟତାର ହାତ ବଢ଼ାଇଛନ୍ତି। ଆସନ୍ତାକାଲି ୬ ଟା ୨୫ ମିନିଟ ସମୟରେ ବାଙ୍ଗାଲୋରରୁ ମୃତକଙ୍କ ଶବ ଭୁବନେଶ୍ୱର ପହଁଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ମାଧ୍ୟମରେ ଘରକୁ ଆସିବ ବୋଲି ଜଣାପଡିଛି। ଜେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକେ କମଳାକାନ୍ତଙ୍କ ଶେଷ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.