Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ହୀରାକୁଦ ଜଳଭଣ୍ଡାରକୁ ହାଇଓ୍ଵା ଖସିବା ଘଟଣା, ଦୁଇ ନିଖୋଜଙ୍କ ମୃତଦେହ ଉଦ୍ଧାର

8/09/2020 at 9:04 PM

ଝାରସୁଗୁଡା ୦୮।୦୯: ଦୀର୍ଘ ୬ ଘଣ୍ଟା ପରେ ଦୁଇ ନିଖୋଜଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ଜଣକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ। ଉଦ୍ଧାର ବ୍ୟକ୍ତି ହେଲେ  ଆଦିତ୍ୟ ସାହୁ । ମୃତ ଦୁଇ ଜଣ  ହେଲେ ଜିତେନ୍ଦ୍ର ସାହୁ ଓ ପପୁ ସାହୁ। ଏହି ଘଟଣା ଇବ୍ ନଦୀର ରମ୍ପେଲ ସେତୁରେ।

ଉଲ୍ଲେଖନୀୟ ଦ୍ରୁତ ବେଗରେ ହାଇୱା ଗାଡିଟି  OD23 K 1547ଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଟୁ ଲଖନପୁର ଅଞ୍ଚଳକୁ ଆସୁଥିଲା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ବ୍ରିଜର ବ୍ୟାରିକେଟକୁ ଭାଙ୍ଗି ନଦୀ ଭିତରକୁ ଖସି ପଡିଥିଲା। ପ୍ରାୟ ଦୀର୍ଘ ସମୟ ପାଣିରେ ପହଁରି ପହଁରି ଆସୁଥିବା ବେଳେ ଡ୍ରାଇଭର ଆଦିତ୍ୟ ସାହୁଙ୍କୁ ଜଳଭଣ୍ଡାରରେ ମାଛ ଧରୁଥିବା ମତ୍ସ୍ୟଜୀବୀ ଦେଖି ଉଦ୍ଧାର କରିଥିଲେ। ଆଦିତ୍ୟକୁ ତୁରନ୍ତ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣା ଖବର ପାଇବା ପରେ ଘଟଣାସ୍ଥଳରେ ଲଖନପୁର ତହସିଲଦାର, ବ୍ରଜରାଜନଗର ଏସଡିପିଓ, ବନହରପାଲି ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ପପୁ ଓ ଜିତେନ୍ଦ୍ରକୁ ଖୋଜାଖୋଜି ଜାରି ରଖିଥିଲେ। ଶେଷରେ ଦୀର୍ଘ ୬ ଘଣ୍ଟା ପରେ ନିଖୋଜ ଥିବା ପପୁ ଓ ଜିତେନ୍ଦ୍ରଙ୍କ ମୃତଦେହ ହୀରାକୁଦ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ହୀରାକୁଦ ଜଳଭଣ୍ଡାର ଯୋଗୁଁ  ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଲୋକମାନେ ସମ୍ବଲପୁର ତଥା ବୁର୍ଲା ଡାକ୍ତରଖାନା ଯିବା ପାଇଁ ଅକଥନୀୟ ଦୁର୍ଦ୍ଦଶା ସମ୍ମୁଖୀନ ହେଉଥିଲେ । ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ଉପରେ ୧୪୨କୋଟି ଟଙ୍କା ବ୍ୟୟ ଅଟକଳରେ ୨.୫ କିଲୋମିଟରର ସେତୁ  ଗତ ୨୦୧୮ ମସିହାରେ ଲୋକାର୍ପିତ ହୋଇଥିଲା। ଉକ୍ତ ସେତୁ ପାଇଁ ସମ୍ବଲପୁର ଜିଲ୍ଲା ରେଙ୍ଗାଲିରୁ ଝାରସୁଗୁଡା ଜିଲ୍ଲା ଲଖନପୁରକୁ ସୁବିଧାରେ ଗମନାଗମନ ସମ୍ଭବ ହୋଇପାରୁଛି । କିନ୍ତୁ ସେତୁ ଉପରେ ଦ୍ରୁତ ଗତିରେ ଗାଡିଚାଳନା  ଏବେ ମୁଖ୍ୟ ସମସ୍ୟା ରୂପେ ଉଭା ହୋଇଛି ।

   Related Posts