ଫେବୃଆରୀ ପରେ ହେବ ସିବିଏସଇ ବୋର୍ଡ ପରୀକ୍ଷା, ଶୀଘ୍ର ତାରିଖ ଘୋଷଣା ହେବ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଶଙ୍କ
22/12/2020 at 5:52 PM

ନୂଆଦିଲ୍ଲୀ ୨୨।୧୨: ବୋର୍ଡ ପରୀକ୍ଷାର ପ୍ରସ୍ତୁତିରେ ଲାଗିଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ଆଶ୍ଵସ୍ତିର ଖବର। ଆସନ୍ତା ଜାନୁଆରୀ ଓ ଫେବୃଆରୀରେ ହେବ ନାହିଁ ସିବିଏସଇ ବୋର୍ଡ ପରୀକ୍ଷା। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ.ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହାର ଘୋଷଣା କରିଛନ୍ତି। ନିଶଙ୍କ କହିଛନ୍ତି ଯେ ଜାନୁଆରୀ ଓ ଫେବୃଆରୀରେ କୌଣସି ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ ପରୀକ୍ଷାକୁ ନେଇ ନିଷ୍ପତ୍ତି ପରେ ନିଆଯିବ। ସମଗ୍ର ଦେଶରେ ଶିକ୍ଷକଙ୍କ ସହ ସିଧାସଳଖ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଶିକ୍ଷା ମନ୍ତ୍ରୀ ପୂର୍ବରୁ ମଧ୍ୟ କହି ସାରିଛନ୍ତି ଯେ ବୋର୍ଡ ପରୀକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ପ୍ରସ୍ତୁତି ନିମନ୍ତେ ପର୍ଯ୍ୟାପ୍ତ ସମୟ ଦିଆଯିବ।
ଅଭିଭାବକ ବୋର୍ଡ ପରୀକ୍ଷା ମେ ମାସରେ କରିବାକୁ ଦାବି କରିଛନ୍ତି। ନିଶଙ୍କ ମତରେ ଛାତ୍ରଙ୍କୁ ପରୀକ୍ଷାର ନୂତନ ପାର୍ଟର୍ଣ୍ଣ ଆଧାରରେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ। ତେଣୁ ମାର୍ଚ୍ଚ ମାସରେ ପରୀକ୍ଷା ଆୟୋଜନ ହେବ ନାହିଁ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ତାରିଖ ସ୍ଥିର କରାଯିବ। ପ୍ରାକ୍ଟିକାଲ ମଧ୍ୟ କୌଣସି ପରୀକ୍ଷା ତାରିଖରେ ହେବ ନାହିଁ। ପୂର୍ବରୁ ଶିକ୍ଷା ମନ୍ତ୍ରୀ କହି ସାରିଛନ୍ତି ଯେ ୨୦୨୧ ବୋର୍ଡ ପରୀକ୍ଷା ଲାଗି ସିବିଏସଇ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରିଛି। ମାର୍କସିଟ୍ରୁ ଫେଲ୍ ଶବ୍ଦକୁ ହଟାଇ ଦିଆଯାଇଛି ଏବଂ ଏବେ କେହି ଫେଲ୍ ହେବେ ନାହିଁ।
जनवरी और फरवरी में कोई बोर्ड परीक्षा नहीं कराई जाएगी। परीक्षा कराने को लेकर फैसला बाद में लिया जाएगा: केंद्रीय शिक्षा मंत्री रमेश पोखरियाल pic.twitter.com/MbX2hLTdzf
— ANI_HindiNews (@AHindinews) December 22, 2020
ଅଫଲାଇନ୍ରେ ହିଁ ହେବ ସିବିଏସଇ ପରୀକ୍ଷା
ସିବିଏସଇ ପରୀକ୍ଷା ଅନଲାଇନ୍ରେ ହେବ ନାହିଁ। ୨୦୨୧ରେ ହେବାକୁ ଥିବା ପରୀକ୍ଷା ଛାତ୍ରମାନେ ପୂର୍ବ ପରି କାଗଜ-କଲମରେ ଦେବେ। ସିବିଏସଇ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, ବୋର୍ଡ ପରୀକ୍ଷାକୁ ଅନଲାଇନ୍ରେ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଏହି ପରୀକ୍ଷା ପୂର୍ବ ବର୍ଷ ପରି ଲଖିତି ଭାବେ ନିଆଯିବ। ଏହାର ତାରିଖ ପବବର୍ତ୍ତୀ ସମୟରେ ସ୍ଥିର କରାଯିବ।