ଭୁବନେଶ୍ବର ବିଭିନ୍ନ ଅଞ୍ଚଳକୁ ସିଲ୍‌ କଲା ବିଏମ୍‌ସି

Published By : Prameya-News7 Bureau | April 05, 2020 IST

ଭୁବନେଶ୍ବର୫/୪: ଭୁବନେଶ୍ବର ସୁନ୍ଦରପଦା ଅଞ୍ଚଳକୁ ସିଲ୍‌ କଲା ବିଏମ୍‌ସି। କାଳିଆସୁଣି ମନ୍ଦିର-ଟାଟା ପ୍ରୋଜେକ୍ଟ ଯାଏଁ ସିଲ୍ କରାଯାଇଛି। ସଂକ୍ରମଣ ରୋକିବାକୁ ବିଏମ୍‌ସି ଏଭଳି ପଦକ୍ଷେପ ନେଇଛି। ଏହାସହ କପିଳ ପ୍ରସାଦ, ଏବରଙ୍ଗ  ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା ହୋଇଛି।

{"id":249388,"sizeSlug":"large"}

ରାଜ୍ୟରେ ମୋଟ୍ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବରେ ସର୍ବାଧିକ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ବମିଖାଲରେ ୪ଜଣ, ସୂର୍ଯ୍ୟନଗରରେ ୮, କପିଳ ପ୍ରସାଦ ହାଉସିଂ ବୋର୍ଡ ଫେଜ୍‌-୨ ରେ ଜଣେ ଏବଂ ପୂର୍ବରୁ ଭୁବନେଶ୍ବରେ ୩ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ସହ ଯାଜପୁରରେ ଜଣେ, ଭଦ୍ରକରେ ୩ ଜଣ, ପୁରୀରେ ଜଣେ, କଟକରେ ଜଣେ ଏବଂ କଳାହାଣ୍ଡିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.