Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦୁଃଖ ଶୁଣିଲେନି ବ୍ଲକ ଅଧିକାରୀ, ଯୋଗାଣ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

5/01/2021 at 4:28 PM

ଭଦ୍ରକ ୦୫।୦୧: ସେବା ସମବାୟ ସମିତିରେ ଧାନ ବିକ୍ରିରୁ ବଞ୍ଚିତ ହୋଇ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଚାଷୀ।  ଭଦ୍ରକ ବ୍ଲକ ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ ଦିଆଯାଇଥିବାରୁ  ଆଜି ଭଦ୍ରକ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଆଗରେ  ଚାଷୀ  ବିକ୍ଷୋଭ ଓ ଧାରଣା ଦେଇଛନ୍ତି।

ସୂଚନା ଅନୁଯାୟୀ, ଚାଷୀ ମାନେ ପୂର୍ବରୁ ଏହି ସେବା ସମବାୟ ସମିତିରେ ଧାନ ବିକ୍ରି କରିଆସୁଥିଲେ, କିନ୍ତୁ ଚଳିତ ବର୍ଷ ଉକ୍ତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି। ଯାହାକି ବ୍ରହ୍ମପୁର ଅଞ୍ଚଳର କିଛି ଚାଷୀ ଏହାକୁ ବିରୋଧ କରିଛନ୍ତି। ପୂର୍ବ ବର୍ଷ ପରି ଚଳିତ ବର୍ଷ ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତି ନିଅନ୍ତୁ, ନେହେଲେ ଚାଷୀ ମାନେ ହଇରାଣର ସମ୍ମୁଖୀନ ହେବେ ବୋଲି ଧାରଣାରତ ଚାଷୀମାନେ କହିଛନ୍ତି।

ପୂର୍ବରୁ ଏହି ସମସ୍ୟା ନେଇ ବ୍ରହ୍ମପୁର ସେବା ସମବାୟ ସମିତି ଆଗରେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ ଚାଷୀ। କିନ୍ତୁ ଏହି ସମସ୍ୟାର କିଛି ସମାଧାନ ନହେବାରୁ ଆଜି ଚାଷୀ ମାନେ ଜ଼ିଲ୍ଲା ଯୋଗାଣ ସହାୟକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

   Related Posts