Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କଳାବଜାରୀଙ୍କୁ ଠାବ କଲା ଝାରସୁୁଗୁଡା ଜିଲ୍ଲା ପ୍ରଶାସନ: ଜବତ ହେଲା ୬୧ଟି ଗ୍ୟାସ ସିଲିଣ୍ଡର, ୩ ଅଟକ

18/04/2020 at 10:21 PM

ଲଖନପୁର୧୮/୪: ଲକ୍‌ଡାଉନ୍ ସମୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ବେଲପାହାଡ଼ ପୌର ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ସାଧାରଣ ଲୋକଙ୍କୁ ନିର୍ଦ୍ଦାରିତ ମୂଲ୍ୟରେ ଯୋଗାଇବାକୁ ବ୍ୟବସାୟୀଙ୍କୁ କୁହାଯାଉଛି। ତେବେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ଦେଶର ଏହିପରି ବିପଦ ସମୟରେ ମଧ୍ୟ କଳାବଜାରି କରି ଚଢ଼ା ଦରରେ ବିକ୍ରି କରୁଥିବା ଦେଖାଯାଇଛି।

ଏହି କଳାବଜାରୀ କାର୍ଯ୍ୟକୁ ରୋକିବା ପାଇଁ ବେଲପାହାଡ଼ ପୌର ପ୍ରଶାସନ ଓ ପୁଲିସ ପକ୍ଷରୁ ବେଲପାହାଡ଼ ସହରର ବିଭିନ୍ନ ସ୍ଥାନରେ ଶନିବାର ଅତକିର୍ତ ଚଢ଼ଉ କରାଯାଇଛି । ଏହି ଚଢ଼ଉ ବେଳେ ବେଲପାହାଡ ସ୍ଥାନୀୟ ଗୁମୋଡରା ଅଞ୍ଚଳର ବେଆଇନ ଭାବେ ଗ୍ୟାସ କାରବାର ସହ ସିଲିଣ୍ଡର ରଖିଥିବା ୩ ଜଣ ବ୍ୟକ୍ତିଙ୍କ ଠାରୁ ମୋଟ୍ ୬୧ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଗୁମୋଡରା ଜେ-ଟାଇପ କ୍ୱାଟର୍ର ନିକଟରେ ଥିବା ପଡ଼ାର ଜଣେ ବ୍ୟକ୍ତିଙ୍କ ଠାରୁ ୧୬ଟି ବଡ ଗ୍ୟାସ ସିଲିଣ୍ଡର ଓ ୫ଟି ଛୋଟ ଗ୍ୟାସ ସିଲିଣ୍ଡର, ସେହି ପାଖରେ ଥିବା ଆଉ ଜଣକଙ୍କ ଠାରୁ ୧୯ଟି ଗ୍ୟାସ ସିଲିଣ୍ଡର ଓ ଗୁମୋଡରା ମୁଖ୍ୟ ବଜାର ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୧୭ଟି ଭାରତ ଗ୍ୟାସ ଓ ୪ ଟି ଏଚପି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି ।

ଏହା ସହ ସମ୍ପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଥାନୋର ଅଟକ ରଖି ପଚରାଉଚାର ଜାରି ରଖିଛି। ଜବତ ହୋଇଥିବା ଗ୍ୟାସ ସିଲିଣ୍ଡରେର ଗ୍ୟାସ ଭର୍ତ୍ତି ଥିବା ବେଳେ ଆଉ କିଛି ଖାଲି ରହିଛି। ସହର ମଧ୍ୟରେ ଗ୍ୟାସ କାରବାର ଲୋକଙ୍କ ପ୍ରତି ଅତି ବିପଦ ରହିଥିବାରୁ ସାଧାରଣେର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାଜିଷ୍ଟ୍ରେ ତତ୍ବାବଧାନରେ ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ, ବେଲପାହାଡ଼ ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ଉ ହୋଇଥିଲା।

   Related Posts