Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବାତ୍ୟା ମଉକାରେ ମାତିଛନ୍ତି କଳାବଜାରୀ : ପ୍ରଶାସନର ଚଢାଉରେ ଧରାପଡି ଜୋରିମାନା ଗଣିଲେ ଆଳୁ-ପିଆଜ ବେପାରୀ

19/05/2020 at 3:15 PM

ଭଦ୍ରକ ୧୯।୦୫: ସାମ୍ଭାବ୍ୟ ବାତ୍ୟା ଅମ୍ଫନ୍ ପାଇଁ ଲୋକେ ମଧ୍ୟ ଭୟଭୀତ । କିଛି ଦିନ ପାଇଁ ଘରେ ଆଳୁ ପିଆଜ ମହଜୁଦ୍ ରଖିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ଚାଲିଛି ଯେପରି ପ୍ରତିଯୋଗିତା । ଆବଶ୍ୟକତା ଠାରୁ ଅଧିକ ପରିମାଣରେ ସାମଗ୍ରୀ ଚାହିଦା ଥିବା ଦୃଷ୍ଟିରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଅସାଧୁ ବେପାରୀ । ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରରେ କେତେକ ଅସାଧୁ ବ୍ୟବସାୟୀ ଚଢା ଦରରେ ବିକ୍ରି କରୁଥିବା ଖବର ପାଇ ମଧ୍ୟାହ୍ନରେ ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା ଓ ଯୋଗାଣ ନିରୀକ୍ଷିକା ହରିପ୍ରିୟା ସାହୁ ପହଞ୍ଚିଥିଲେ ଏବଂ ଚଢାଉ କରିଥିଲେ ।

ଆଳୁ କିଲୋ ପିଛା ୨୦ରୁ ୨୨ ଟଙ୍କା ଓ ପିଆଜ କିଲୋ ପିଛା ୧୪ରୁ ୧୬ ଟଙ୍କା ବିକ୍ରି ହେଉଥିବା ଜାଣିବାକୁ ପାଇଥିଲା ପ୍ରଶାସନ । ମାତ୍ର ସରକାରୀ ଖୁଚୁରା ଦର ମୁତାବକ ଆଲୁ କିଲୋ ପିଛା ସର୍ବାଧିକ ୧୮ ଟଙ୍କା ଓ ପିଆଜ କିଲୋ ପିଛା ସର୍ବାଧିକ ୧୨ ଟଙ୍କା ବିକ୍ରି କରିବା ଲାଗି କୁହାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ସେମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି । ତେବେ ଆଜିର ଚଢାଉ ସମୟରେ ତପନ ବାରିକ, ବଂଶୀଧର ପତି ଓ ଭୀମସେନ ଦଳେଇଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଆଗାମୀ ଦିନରେ ସେମାନେ ସରକାରୀ ନିୟମ ମୁତାବକ ବିକ୍ରି ନକରିଲେ ସେମାନଙ୍କ ଦୋକାନ ସିଲ୍ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

   Related Posts