Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି

7/03/2021 at 8:52 PM

ଭୁବନେଶ୍ଵର ୦୭।୦୩: ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରିଣୀରେ ରାଜ୍ୟ ପ୍ରଭାରୀ, ଦୁଇ କେନ୍ଦ୍ରମନ୍ତ୍ରୀ, ଦଳର ସାଂସଦ ଓ ବିଧାୟକଙ୍କ ସହ ଜିଲ୍ଲା ସଭାପତି ଓ ପର୍ଯବେକ୍ଷକମାନଙ୍କୁ ନେଇ ହୋଇଥିବା ମାନସ ମନ୍ଥନରେ ଦଳର ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହା ସହ ଦୁଇ ମାସ ଭିତରେ ରାଜ୍ୟର ପ୍ରତି ବୁଥ ସ୍ତରରେ କମିଟି ଗଠନ କରିବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନେଇଛି ଦଳ ।

ରାଜ୍ୟ କାର୍ଯ୍ୟକାରିଣୀରେ ଦଳୀୟ ରଣନୀତି ପ୍ରସ୍ତୁତ କଲା ରାଜ୍ୟ ବିଜେପି। ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ସହ ଦଳୀୟ ସାଙ୍ଗଠନିକ ବିସ୍ତାର ନେଇ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଓଡିଶା ବିକାଶରେ ରାଜ୍ୟ ସରକାର ବାଧକ,  ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ସୀମା ବିବାଦ, ଚାଷୀ ସମସ୍ୟା, ମହିଳା ନିର୍ଯାତନା, ଶିଶୁ ନିଖୋଜ ସହ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ ନାଁରେ ଭଙ୍ଗାରୁଜା ଆଦି ପ୍ରସଙ୍ଗକୁ ରାଜନୈତିକ ଚିଠା ପ୍ରସ୍ତାବରେ ସ୍ଥାନ ଦେଇଛି। ଏହା ସହ  ପ୍ରବାସୀ ଶ୍ରମିକ ସମସ୍ୟା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ଯୋଜନା ଠିକ ଭାବରେ ଲୋକଙ୍କ ପାଖରେ ନ ପହଁଚିବା ଭଳି ବିଷୟରେ କାର୍ଯ୍ୟକାରିଣୀରେ ଆଲୋଚନା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ  ପିପିଲି ଉପନିର୍ବାଚନ ସହ ଆଗକୁ ଆସୁଥିବା ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ମଧ୍ୟ ରଣନୀତି  ପ୍ରସ୍ତୁତ ହୋଇଛି । ଦଳର ସାଙ୍ଗଠନ ବିସ୍ତାର ଲାଗି ଟାଇମ ବାଉଣ୍ଡ ମ୍ୟାନରରେ ରଣନୀତି ପ୍ରସ୍ତୁତ କରିଛି ଦଳ । ଆସନ୍ତା ୭ ଦିନ ଭିତରେ ଦଳ ୩୬ ଟି ସାଙ୍ଗଠନିକ କାର୍ଯ୍ୟକାରିଣୀ ସାରିବାକୁ ନିଷ୍ପତ୍ତି ହୋଇଛି ।  ୩ ମାସ ଭିତରେ ମଣ୍ଡଳ କମିଟି ଓ ବୁଥ କମିଟି ଗଠନ କରି ସଂଗଠନ ସୁଦୃଢ଼ କରିବା ପାଇଁ ଦଳ ରୂପରେଖ ପ୍ରସ୍ତୁତ କରିଛି ।

ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ  ସମେତ   କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ, ସହ ପ୍ରଭାରୀ ବିଜୟପାଲ ସିଂହ ତୋମାର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ସବୁ ସାଂସଦ, ବିଧାୟକ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀଙ୍କୁ ମିଶାଇ ୩୪୫ ସଦସ୍ୟ ଥିଲେ । ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଓ କେନ୍ଦ୍ର ସଫଳତାକୁ ନେଇ ବିଜେପି ବୁଥ ମୁହାଁ ହେବେ ।

   Related Posts