Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ସାମ୍ବାଦିକ ସମ୍ମିଳନୀରେ ଛତୁଆ ଓଜନ କଲା ବଜେପି: ପୂର୍ବତନ ମନ୍ତ୍ରୀ କହିଲେ- ଟ୍ରେଲର ଦେଖାଇଲୁ, ଫିଲ୍ମ ବାକି ଅଛି

4/09/2020 at 3:45 PM

ଭଦ୍ରକ୦୪।୦୯:  ନିର୍ଦ୍ଧାରିତ ଓଜନରୁ କମ ଓଜନର ଛତୁଆ ବଣ୍ଟନ ଓ ନିମ୍ନମାନର ଅପମିଶ୍ରିତ ଛତୁଆ ବଣ୍ଟନ କରୁଛନ୍ତି ସ୍ଵଂୟ ସହାୟକ ଗୋଷ୍ଠୀ। ଏହାର ପ୍ରମାଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଓଜନ କଣ୍ଟାରେ ଛତୁଆ  ଓଜନ କରି ଦେଖାଇଛି ବିଜେପି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ଜିଲ୍ଲା ବଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ମନମୋହନ ସାମଲ କହିଛନ୍ତି ବିଜେପି ଏବେ ଜିଲ୍ଲାର ଚାନ୍ଦବାଲି ବ୍ଲକର ଏହି ଦୁର୍ନୀତିର ଟ୍ରେଲର ଦେଖାଇଛି ବିଜେପି, ଆଗକୁ ଫୁରା ଫିଲ୍ମ ଦେଖାଇବ।

ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଅଭିଯୋଗ ଅନୁଯାୟୀ ସରକାର ମହିଳା ଓ ଶିଶୁ ବିକାଶ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳା ମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି । କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି। ନିମ୍ନ ମାନର ଅପମିଶ୍ରିତ ଓ ନିର୍ଦ୍ଧାରିତ ଓଜନ ଠାରୁ କମ ଖାଦ୍ୟ ଦୀର୍ଘ ଦିନ ଧରି ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳରେ ଦିଆଯାଉଛି।

ଏହା ଦ୍ୱାରା ଶିଶୁ ଓ ମହିଳା ମାନଙ୍କ ପୃଷ୍ଟି ସାଧନ ହେବା ପରିବର୍ତ୍ତେ ମହିଳା୦- ଶିଶୁ ଅପପୃଷ୍ଟିର ଶିକାର ହେଉଛନ୍ତି । ଏମିତିକି ସରକାରଙ୍କ ନିୟମ ଅନୁଯାୟୀ, ଗର୍ଭବତୀ ଓ ପ୍ରସୂତିଙ୍କ ନିମନ୍ତେ ୪  କିଲୋ ୪୦୦ ଗ୍ରାମ ଛତୁଆ ଦେବାର ନିୟମ ଥିଲେ ମଧ୍ୟ ଚାନ୍ଦବାଲି ବ୍ଲକ ରେ ୩ କିଲୋ ୫୦୦ ଗ୍ରାମ ଛତୁଆ ଦିଆଯାଉଥିବା ଅଭିଯୋଗ ହୋଇଛି। ଛତୁଆ ବାଟମାରଣା କରି ଲୋକଙ୍କୁ କମ ପରିମାଣରେ ଯୋଗାଉଥିବା ସଂସ୍ଥା ଓ ସ୍ଵୟଂ ସହାୟକ ଗୋଷ୍ଠୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।  ଯଦି ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା ମନମୋହନ ସାମଲ ଚେତାବନୀ ଦେଇ କହିଛନ୍ତି ଯେ ଜିଲ୍ଲାର ଚାନ୍ଦବାଲି ବ୍ଲକ ର ଏହି ଦୁର୍ନୀତିର ଟ୍ରେଲର ଦେଖାଇଛି ବିଜେପି । ଆଗକୁ ପୂରା ଫିଲ୍ମ ଦେଖାଇବ।

   Related Posts