Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗରିବଙ୍କୁ ୫ ମାସ ମାଗଣା ଡାଲି-ଚାଉଳ-ଗହମ ଦେବେ ସରକାର: ଏତେ ଯୋଜନା ପରେ ହିତାଧିକାରୀ କେଉଁଠୁ ଆସିଲେ ବୋଲି ପ୍ରଶ୍ନ କଲା ବିଜେପି

22/07/2020 at 5:06 PM

ଭୁବନେଶ୍ବର୨୨/୭: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ-ଡାଲି-ଗହମ ଯୋଗାଣ ଘୋଷଣା ପ୍ରସଙ୍ଗ। ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ତ ? ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡରୁ ହିତାଧିକାରୀଙ୍କ ନାଁ କଟିବା ପରେ ସେଥିରେ ଏସ ଏଫ ଏସର ହିତାଧିକାରୀଙ୍କ ନାଁ ମିଶେଇଲା ।  ମିଶିବା ପରେ ଆଉ ଯୋଜନା କେଉଁଠି ଅଛି। ହିତାଧିକାରୀ କୋଉଠୁ ଆସିଲେ । କେବଳ ଗୋଟେ ପ୍ରହଳିକା ତିଆରି କରୁଛନ୍ତି ।

ସୂଚନାଯୋଗ୍ୟ ଯେ,ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ତଥା ଲକଡାଉନ ଓ ସଟଡାଉନ କରାଯାଉଛି । ଏହି ଲକଡାଉନ ଓ ସଟଡାଉନ ପାଇଁ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପଡ଼ିଛି । ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଓ ଡାଲି ବଣ୍ଟନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ହତାଧିକାରୀଙ୍କୁ ୫ମାସ ଯାଏଁ ମାଗଣା ଚାଉଲ ଡାଲି ମିଳିବ । ମୁଣ୍ଡପିଛା ୫କେଜି ଚାଉଳ, ୧କେଜି ଡାଲି ଯୋଗାଇ ଦିଆଯିବ । ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରୁ ନଭେମ୍ବର ଯାଏଁ ଚାଉଳ ଓ ଡାଲି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏ ରାଜନୈତିକ ଡ୍ରାମା ବାଜି ବନ୍ଦ କରନ୍ତୁ ବୋଲି ବିଜେପି ନାରା ଦେବା ଆରମ୍ଭ କରିଛି। । କରୋନା ସମସ୍ୟା ମାର୍ଚ୍ଚରୁ ହେଲାଣି । ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ ମାର୍ଚ୍ଚରୁ ଏନ ଏଫ ଏସରେ ଚାଉଳ ଡାଲି ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଏଥିରେ ଓଡିଶାର ହିତାଧିକାରୀ ଚାଉଳ ଓ ଡାଲି ପାଇଲେ। ପୁଣି ପ୍ରଧାନମନ୍ତ୍ରୀ ଘୋଷଣା କଲେ ନଭେମ୍ବର ପର୍ଯ୍ୟନ୍ତ ଦିଆଯିବ । ଏଥିରେ ଓଡିଶା ଲୋକ ବି ପାଇବେ ମାର୍ଚ୍ଚ ମାସରୁ ଜୁଲାଇ ଯାଏ କଣ  ସରକାର ସ୍ୱପ୍ନ ଦେଖୁଥିଲେ କି। ମାର୍ଚ୍ଚ ରୁ ଏ ଯାଏ ଏମାନଙ୍କ ପରିବାର ଚାଲୁଥିଲା କେମିତି। ଭରଣ ପୋଷଣ ହେଉଥିଲା କେମିତି। ଏହା କେବଳ ରାଜନୈତିକ ବୟାନ ବାଜି। କରୋନା ଭଳି ମହାମାରୀ ସମୟରେ ଗରିବଙ୍କୁ ନେଇ ଉପହାସ ନ କରନ୍ତୁ ବୋଲି ବିଜେପି କହିଛି।

   Related Posts