Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଜଗଦେବଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି, କହିଲା- ଜେଲରେ ରହିବାକୁ ପଡିବ ବୋଲି ଜାଣିଶୁଣି ଦେହ ଖରାପ ବାହାନା

18/10/2021 at 10:01 PM

ଭୁବନେଶ୍ଵର ୧୮।୧୦: ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେବା ପରେ ଅସୁସ୍ଥ ହୋଇପଡ଼ିବାରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିଧୀନ ଅଛନ୍ତି। ସେପଟେ ବିଧାୟକଙ୍କ ଚିକିତ୍ସାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଜେଲରେ ରହିବାକୁ ପଡିବ ବୋଲି ଜାଣିଶୁଣି ବିଧାୟକଙ୍କୁ  ସ୍ବାସ୍ଥ୍ୟଗତ କାରଣ  ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଏମିତିକି ବେଆଇନ ଭାବେ ଅନେକ ଦଳୀୟ ଲୋକ ବିଧାୟକଙ୍କୁ ଭେଟୁଛନ୍ତି ବୋଲି ଅଭିଯୋଗ କରିଛି। ସେପଟେ ବିଧାୟକଙ୍କ ସ୍ବାସ୍ଥ୍ୟଗତ ଦିଗ ନେଇ ଉତ୍ତର ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସା ନା ଜେଲ ନ ଯିବାର ବାହାନା । ବିଧାୟକଙ୍କ ଚିକିତ୍ସାକୁ ନେଇ ବିରୋଧୀଙ୍କ ଆପତ୍ତି।  କାହିଁକି ଜେଲରେ ନରହି ହସ୍ପିଟାଲରେ ରହୁଛନ୍ତି ଚିଲିକା ବିଧାୟକ। ଏନେଇ ବିଜେପି ଆପତ୍ତି ଉଠାଇଛନ୍ତି । ବିଜେପି ପ୍ରଶ୍ନ କରିଛି  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ନାମଞ୍ଜୁର ପରେ ସେ ଜେଲ ଯାଇଥିଲେ। ହେଲେ  ଜେଲ ଯାଉ ଯାଉ  ହଠାତ ଏମିତି କଣ ଦେହ ଖରାପ ହେଲା ଯେ ସେ  ସିଧା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ? ଆଉ ସେବେଠାରୁ ତାଙ୍କ ଚିକିତ୍ସା ସରୁନି?  କ୍ୟାପିଟାଲ ହସ୍ପିଟାଲରେ ବିଧାୟକ  ଜଗଦେବ ଭର୍ତ୍ତି ହେବା ପରେ ତାଙ୍କୁ ପ୍ରତିଦିନ ବହୁ ଲୋକ ବେଆଇନ ଭାବେ ଭେଟୁଛନ୍ତି ।  ଏନେଇ ରାଜ୍ୟ ବିଜେପି ଏସସି ମୋର୍ଚ୍ଚାର ଏକ ଟିମ  କ୍ୟାପିଟାଲ ହସ୍ପିଟାଲ ଅଧ୍ୟକ୍ଷଙ୍କୁ ଭେଟି ଦାବି ପତ୍ର ଦେଇଛି । ବିଧାୟକ ଜଗଦେବଙ୍କୁ ଶାସକ ଦଳ  ନିଲମ୍ବିତ କରିଛି ସତ ହେଲେ  ସରକାର ପରୋକ୍ଷରେ ତାଙ୍କୁ ଜେଲ ନଯିବାକୁ ସାହାଯ୍ୟ କରୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛି। ଯଦି ଏହିଭଳି ଭାବେ ପ୍ରଶାନ୍ତଙ୍କୁ ଅହେତୁକ ଅନୁକମ୍ପା ଦେଖାଇଯିବ ତେବେ କ୍ୟାପିଟାଲ ହସ୍ପିଟାଲରେ ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛି ।

ସେପଟେ ବିଜେପିର ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ବିନା ସ୍ବାସ୍ଥ୍ୟଗତ କାରଣରେ ବିଧାୟକଙ୍କ ଚିକିତ୍ସା କରାଯିବା ଅଭିଯୋଗ ଠିକ ନୁହେଁ ।  ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ହୃଦରୋଗ ରହିଛି । ତାଙ୍କର ଦିନେ ଦୁଇଦିନ ମଧ୍ୟରେ ଆଂଜିଓଗ୍ରାମ କରାଯିବ ।  ଯଦି ହାର୍ଟରେ ବ୍ଲକେଜ ଥିବ ତେବେ ଅଧିକ ଚିକିତ୍ସା କରାଯିବ ।   ଏକ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ବିଧାୟକ ଏବେ ୨୪ ଘଣ୍ଟା ପୋଲିସ ଜଗି ରହିଛନ୍ତି ।

ଚିଲିକାର ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ କରିବା ଘଟଣାରେ ପ୍ରଶାନ୍ତ ଜଗଦେବଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟରେ ଆଗୁଆ ଜାମିନ ନାମଞ୍ଜୁର ହେବା ପରେ ସେ  ଆତ୍ମ ସମର୍ପଣ କରିଥିଲେ । ବିଧାୟକ ଗିରଫ ହୋଇଥିଲେ ବି ଅସୁସ୍ଥତା କାରଣରୁ ସେ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

   Related Posts