ନେତା-ନେତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଉପରୁ ହଟିଲା ପରଦା: ଭାଜପା ନେତାଙ୍କ ସ୍ତ୍ରୀ ହିଁ କରିଥିଲେ ଭିଡିଓ ଭାଇରାଲ

Published By : Prameya-News7 Bureau | July 30, 2019 IST

ଶିମଲା୩୦|୭: ଭାଜପାର ଯୁବ ନେତା ଓ ନେତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ କିଛି ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଭାରତୀୟ ଜନତା ପାର୍ଟି ପାଇଁ ଲଜ୍ଜାଜନକ ଘଟଣା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ହୋଇଥିଲା। ଯୁବ ନେତା ଓ ନେତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଅଶୀଳ ଭିଡିଓ ଉପରୁ ପରଦା ଉଠିଛି। ଏହି ଅଶ୍ଳୀଳ ଭିଡିଓ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।

ଯୁବନେତା ଓ ନେତ୍ରୀଙ୍କ ଅନ୍ତରଙ୍ଗ ସମୟରେ ଭିଡିଓ ନିଜେ ବିଜେପି ନେତ୍ରୀ ଜଣଙ୍କ ମୋବାଇଲରେ ରେକର୍ଡିଂ କରିଥିଲେ। ଭାଜପା ନେତ୍ରୀ ଏହି ୧୨ ମିନିଟର ଭିଡିଓକୁ ଭାଜପା ନେତାଙ୍କ ହ୍ବାର୍ଟସପକୁ ପଠାଇଥିଲେ। ଉଭୟଙ୍କ ଅନ୍ତରଙ୍ଗ ମୁହର୍ତ୍ତର ଭିଡିଓଟି ଭାଜପା ନେତାଙ୍କ ପତ୍ନୀ ହାତରେ ପଡିଯାଇଥିଲା। ଏହି ଘଟଣା ଭାଜପା ନେତାଙ୍କ ପତ୍ନୀ ଜାଣିବା ପରେ  ସମ୍ପୃକ୍ତ ଥିବା ଭାଜପା ଯୁବନେତ୍ରୀଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଥିଲେ। ଯୁବନେତ୍ରୀ ଓ ଭାଜପା ନେତାଙ୍କ ପତ୍ନୀଙ୍କ ମଧ୍ୟରେ ପାଖାପାଖି ୧୩ ମିନିଟ ୫ ସେକେଣ୍ଡ କଥା ହୋଇଥିଲେ। ଭାଜପା ନେତାଙ୍କ ପତ୍ନୀ ଫୋନରେ ଭାଜପା ନେତ୍ରୀଙ୍କୁ ତାଙ୍କ ସ୍ବାମୀ ସହ ନମିଶିବାକୁ  ଚେତବନୀ ଦେଇଥିଲେ।

 ଏହି ଘଟଣାର କିଛି ଦିନ ପରେ ଉଭୟଙ୍କ ଭିତରେ ପୁଣି ଅବୈଧ ସଂପର୍କ ଆରମ୍ଭ ହୋଇଯାଇଥିଲା। ଏହି ଘଟଣା ଜାଣିବା ପରେ ଭାଜପା ନେତାଙ୍କ ପତ୍ନୀ ଭିଡିଓକୁ ଭାଇରାଲ କରି  ଦେଇଥିଲେ। ଭାଜପା ନେତ୍ରୀ ଓ ଭାଜପା ନେତାଙ୍କ ପତ୍ନୀ ଫୋନରେ କଥା ହୋଇଥିବା ଅଡିଓ କ୍ଲିପଟି ମଧ୍ୟ ସୋସିଆଲ ମିଡିଆରେ ଘୂରିବୁଲିଛି। ଭାଜପା ନେତ୍ରୀ ଓ ଭାଜପା ନେତାଙ୍କ ପତ୍ନୀଙ୍କ ଭିତରେ ଫୋନରେ ବାକ୍ ଯୁଦ୍ଧ ହୋଇଥିଲା। ସୂଚନାମୁତାବକ, ଭାଜପା ନେତା ଓ ନେତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଦୃଶ୍ୟ  ଫ୍ରେବୃଆରି ୨୬ ତାରିଖରେ ରେକର୍ଡିଂ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.