Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବିଜେପିକୁ ପୂରା ଭରସା- ବିହାରରେ ନିର୍ବାଚନ ଜିତିବ ଏନଡିଏ, ଉତ୍ସବ ମନାଇବାକୁ ପ୍ରସ୍ତୁତି ଆରମ୍ଭ, ଚାଲିଛି ଲଡୁ ତିଆରି

9/11/2020 at 8:14 PM

ପାଟନା ୦୯।୧୦: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ଆଉ କେଇ ଘଣ୍ଟା ବାକି ରହିଛି। ସକାଳ ହେଲେ ଭୋଟ୍ ଗଣତି ଆରମ୍ଭ ହେବ। ଆସନ୍ତାକାଲି ଅପରାହ୍ନ ବେଳକୁ ଏହା ସ୍ପଷ୍ଟ ହୋଇଯିବ ଯେ, ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଢୁଛି। ଏକଜିଟ୍ ପୋଲ୍‌ରେ ମହାମେଣ୍ଟ ଆଗରେ ଥିବା ଜଣା ପଡିବା ପରଠୁ ଆରଜେଡି ଓ କଂଗ୍ରେସରେ ଉତ୍ସବର ମାହୋଲ ରହିଛି। ଏପରିକି ସରକାର ଗଢିବାକୁ ମହାମେଣ୍ଟ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କିନ୍ତୁ ବିଜେପି ଓ ଏନଡିଏର ନିର୍ବାଚନ ଜିତିବା ନେଇ ଏବେ ମଧ୍ୟ ଭରସା କାଏମ ରହିଛି। ପାର୍ଟି ଦପ୍ତରରେ ଲଡୁ ତିଆରି ଚାଲିଛି ଏବଂ ବାଣ ଫୁଟା ପାଇଁ ପ୍ରସ୍ତୁତି ଚାଲିଛି। ଢୋଲ୍‌ବଜାଳୀ ବୁକ୍ କରାଯାଇଛି।

ଏମିତି କିଛି ଦୃଶ୍ୟ ପାଟନା ସାହିବ ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଠାରେ ବିଜେପି କର୍ମକର୍ତ୍ତା ଲଡୁ ତିଆରି କରୁଛନ୍ତି। ସମସ୍ତେ ବିଜେପି ଟୋପି ପିନ୍ଧି ଲଡୁ ତିଆରିରେ ଜୁଟି ଯାଇଛନ୍ତି। ନିର୍ବାଚନ ପରିଣାମ ପୂର୍ବରୁ ରାଜନୈତିକ ଦଳ ନିଜର ସରକାର ହେଉଥିବା ଦାବି କରିଛନ୍ତି।

ନିର୍ବାଚନ ପରେ କେମିତି ରହିବ ବିଜେପିର ରଣନୀତି

ବିହାର ବିଧାନସଭା ନିର୍ବାଚନର ପରିଣାମ ଆସିବା ପୂର୍ବରୁ ଶାସକ ଏନଡିଏ ସମ୍ଭାବିତ ପରିସ୍ଥିତିର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛି। ଏକଜିଟ୍ ପୋଲ୍‌ର ପୂର୍ବାନୁମାନ ପରେ ବିଭିନ୍ନ ସ୍ତରରେ ଅଣ ଏନଡିଏ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ ଆରମ୍ଭ ହୋଇଗଲାଣି। ଏଥିରେ ସେହି ନେତା ସାମିଲ ଯାହାଙ୍କ ନିର୍ବାଚନ ଜିତିବାର ସମ୍ଭାବନା ଅଧିକ ରହିଛି।

ଏନଡିଏ ନେତା ବହୁମତ ହାସଲ କରିବେ ବୋଲି ଦାବି କରୁଛନ୍ତି। ଯଦି ଦଳ ମ୍ୟାଜିକ୍ ନମ୍ବରଠୁ କିଛିଟା ଆସନ ଦୂରରେ ରହିଯାଏ ତେବେ ସଂଖ୍ୟାବଳ ଯୋଗାଡ କରି ନିଜ ସରକାର ବଞ୍ଚାଇବାକୁ ଚେଷ୍ଟା କରିବେ। ଏକଜିଟ୍ ପୋଲ୍ ପରେ ଏନଡିଏର ଚିନ୍ତା ବଢିଥଲେ ମଧ୍ୟ ନେତାଙ୍କ ଅନୁଯାୟୀ ଫଳାଫଳ ଏହି ପରି ଏକତରଫା ହେବ ନାହିଁ।

   Related Posts