Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ବିଜେଡ଼ି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ କୁଶପୁତଳିକା ଦାହ କଲା ବିଜେପି, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ବହୁ ବେଆଇନ ଜମି କିଣିଥିବା ଆଣିଲା ଅଭିଯୋଗ

16/12/2020 at 9:52 PM

ଭଞ୍ଜନଗର ୧୬।୧୨: ଗଞ୍ଜାମ ଜିଲ୍ଲା ସୋରଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ତରଫରୁ ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁଙ୍କ କୁଶପୁତଳିକା ଦାହ କରାଯିବା ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ହାତରେ ଦଳୀୟ ପତାକା ଓ ପ୍ଲା କାର୍ଡ ଧରି  ବିଜେଡି ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁଙ୍କ ବିରୋଧରେ ଆଦିବାସୀ ଓ ସରକାରୀ ଜମି ହଡ଼ପ କରି ରଖିଥିବା ପ୍ରତିବାଦରେ ସୋରଡ଼ା ସହର ପରିକ୍ରମା କରି ବିଭିନ୍ନ ନାରାବାଜି ଦେଇ କୁଶପୁତଳିକା ଦାହ କରିଛନ୍ତି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ମିଶି ସୋରଡ଼ା ବିଧାୟକ ବହୁ ବେଆଇନ ଜମି କିଣିଛନ୍ତି ତାହାର ସିବିଆଇ ତଦନ୍ତ ଦାବି କରି ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛି ବିଜେପି। ଏହି ପ୍ରତିବାଦ ସଭାରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ନୀଳମଣି ବିଷୋୟୀ, ରଞ୍ଜନ ପୋଲାଇ,ବହୁ କର୍ମୀ ଯୋଗଦେଇଥିଲେ।

ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସୋରଡ଼ାରେ ବିଧାୟକ ହେବାପର ଠାରୁ ବହୁ ଆୟବହିର୍ଭୁତ ସମ୍ପତି ଠୁଳ କରି ରଖିଛନ୍ତି। ସାଧାରଣ ଲୋକଙ୍କୁ ଡରେଇ ଧମକେଇ ବହୁ ଜମି ଜବର ଦଖଲ କରି ଜମିବାଡ଼ି,କୋଠା,ଦୁଇଟି ମୋଟର ସାଇକେଲ ସୋରୁମ,ମଦ କାଉଣ୍ଟର କରି ନିଜର ପତିଆରା ବିସ୍ତାର କରି ଚାଲିଥିବା କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ।

   Related Posts