ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

Published By : Prameya-News7 Bureau | October 22, 2021 IST

ଭଦ୍ରକ ୨୨।୧୦: ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ ବିଜେପି କର୍ମୀଙ୍କୁ ମାଡ଼ ଘଟଣାକୁ ନେଇ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା । ସହରରେ ବିଜେପି ଯୁବ ମୋର୍ଚ୍ଚାର ନେତାଙ୍କୁ ମାଡ଼ ହୋଇଥିବାରୁ ପ୍ରତିବାଦ କରିଛି । ବିଜେପି କର୍ମୀ ସହର ପରିକ୍ରମା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।

{"id":531553,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ,  ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ଼ ଭିତରକୁ ଧସେଇ ପଶୁଥିବା ବେଳେ କେତେକ ଲୋକେ ମାଡ଼ ମାରୁଥବା ବେଳର ଭିଡ଼ିଓ ଭାଇରାଲ ହୋଇଛି। ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ଯେ ବିଜେପି ଯୁବମୋର୍ଚ୍ଚା ଆଇଟି ସେଲ ରାଜ୍ୟ ସମ୍ପାଦକ ସୂର୍ଯ୍ୟବଂଶୀ ସୁରଜ , ଭଦ୍ରକ ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ସମ୍ପାଦକ ଦେବାଂଶୁ ରାଉତ ଓ ଅନ୍ୟ କର୍ମୀଙ୍କୁ ବିଜେଡି କର୍ମୀ ମାନେ ମାଡ଼ ମାରିଛନ୍ତି । ଏହି ଘଟଣା କୁ ପ୍ରତିବାଦ କରି ଯୁବ ମୋର୍ଚ୍ଚା ସଦସ୍ୟମାନେ ଭଦ୍ରକ ସହରରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ଏଥିସହ ସହର ମଝିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେପି କର୍ମୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.