ଅପେକ୍ଷାର ଅନ୍ତ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ନନ୍ଦିଗ୍ରାମରେ ମମତା-ଶୁଭେନ୍ଦୁ ଟକ୍କର

Published By : Prameya-News7 Bureau | March 06, 2021 IST

କୋଲକାତା ୦୬/୦୩ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ମୋଟ ୫୭ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିବ ସୂଚନା ମିଳିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଛନ୍ତି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିସାରିଛନ୍ତି ଦିଦି । ବର୍ତ୍ତମାନ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରୁ ଲଢିବା ନେଇ ଘୋଷଣା କରିବା ପରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ଏଥିରେ ସନ୍ଦେହ ନାହିଁ ।

ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ର ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ଜଣାଯାଏ । ତେବେ ବର୍ତ୍ତମାନ ସିଧାସଳଖ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେବେ ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ ମମତା ନନ୍ଦିଗ୍ରାମରୁ ନିର୍ବାଚନ ଲଢିବାକୁ ଚ୍ୟାଲେଞ୍ଜ କରିଥିଲେ ଶୁଭେନ୍ଦୁ । ତେବେ ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ନନ୍ଦଗ୍ରାମରୁ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ନିର୍ବାଚନୀ ମାହୋଲ ସରଗରମ ହୋଇଯିବ । ତେବେ ସେ ଦିଦିଙ୍କୁ ଚେକ୍‌ ମେଟ୍‌ ଦେଇପାରିବାରେ ସଫଳ ହେଉଛନ୍ତି କି ନାହିଁ ତାହା ଦେଖିବା ବାକିରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.