କରୋନା ଭୟ: ସଚିବାଳୟରେ ବନ୍ଦ ହେଲା ବାୟୋମେଟ୍ରିକ ବ୍ୟବସ୍ଥା

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର୧୧/୩: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଛି। କେତେକ ଦେଶରୁ ଭାରତକୁ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି। ଏପଟେ ଆମ ରାଜ୍ୟରେ କରୋନା ସତର୍କତା ବଢ଼ିଛି। ସଚିବାଳୟରେ ବାୟୋମେଟ୍ରିକ୍‌ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି।

{"id":236675,"sizeSlug":"large"}

ଭାରତରେ ପ୍ରଥମ କରୋନା ମୃତ୍ୟୁ ସନ୍ଦେହ।  କର୍ଣ୍ଣାଟକରେ କଲବୁର୍ଗୀ ଜିଲ୍ଲାର ବାସିନ୍ଦା ମହମ୍ମଦ ହୁସେନ ସିଦ୍ଦିକ ନିକଟରେ ସାଉଦି ଆରବରୁ ଫେରିଥିଲେ । ୭୬ ବର୍ଷିୟ ମହମ୍ମଦ ହୁସେନଙ୍କ ସାଉଦିରୁ ଆସିବାର ୧୦ ଦିନ ଭିତରେ ହୋଇଛି । ତାଙ୍କର ମୃତ୍ୟୁ କରୋନା ସଂକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ କର୍ଣ୍ଣାଟକ ସରକାର କିଛି ସ୍ପଷ୍ଟ କରିନାହାନ୍ତି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି । ନୂଆ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୮ଜଣ କେରଳରୁ ,୫ଜଣ ମହାରାଷ୍ଟ୍ର , ୪ଜଣ କର୍ଣ୍ଣାଟକ ଓ ଜଣେ ଜାମ୍ମୁ କାଶ୍ମୀରର ।

{"id":236676,"sizeSlug":"large"}

ସେପଟେ ଚୀନ ସମେତ ସାରା ବିଶ୍ବରେ କରୋନା ଯୋଗୁଁ ମୃତ୍ୟୁସଂଖ୍ୟା ୪ହଜାର ଟପିଛି । ସାରା ବିଶ୍ବରେ  ୧ ଲକ୍ଷ ୧୩ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏପର୍ଯ୍ୟନ୍ତ ଇଟାଲୀରେ ୧୦ ହଜାର ଲୋକ କରୋନା  ଆକ୍ରାନ୍ତ ହୋଇଥିବା ବେଳେ ୬୩୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୬କୋଟି ଲୋକଙ୍କ ଉପରେ ନଜର ରଖିବାକୁ ଇଟାଲୀ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଇରାନରେ ଗୋଟିଏ ଦିନରେ ୬୩ ଜଣଙ୍କ ମୃତ୍ୟୁ ସହ ମୋଟ ୩୫୪ଜଣ ପ୍ରାଣ ହରାଇସାରିଲେଣି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୦୦୦ ଛୁଇଁଛି। ଏବଂ କରୋନାରେ ୩୧ ଜଣ ପ୍ରାଣ ହରାଇଛନ୍ତି ।

{"id":236677,"sizeSlug":"large"}

କରୋନାରେ ଆକ୍ରାନ୍ତ ହୋଇଛନ୍ତି ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ତଥା କଞ୍ଜରଭେଟିଭ୍‌ ପାର୍ଟିର ସାଂସଦ ନାଡିନ ଡୋରିସ୍। ସେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଅନେକ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ମିଳାମିଶା କରିଛନ୍ତି। ତେଣୁ ଯେଉଁମାନଙ୍କୁ ସେ ଭେଟିଥିଲେ ସେମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

{"id":236678,"sizeSlug":"large"}

କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସଚିବାଳୟରେ ବାୟୋମେଟ୍ରିକ ବ୍ୟବସ୍ଥାକୁ ବନ୍ଦ କରାଯାଇଛି ।ସେପଟେ କେରଳରେ ମାର୍ଚ୍ଚ ଶେଷ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ସିନେମା ହଲ ଗୁଡିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.