ନୂଆଦିଲ୍ଲୀ ୨୨|୩ : କେନ୍ଦ୍ରୀୟ ମୋଦି ସରକାର ସବୁ ମାସର ଆରମ୍ଭରେ ଦେଶବ୍ୟାପୀ ନୂଆ ନିୟମ ଲାଗୁ କରନ୍ତି । ଏବେ ମାର୍ଚ୍ଚ ମାସ ଏହାପରେ ଆରମ୍ଭ ହୋଇଯିବ ଅପ୍ରେଲ ମାସ । ମାର୍ଚ୍ଚ ମାସରେ ମଧ୍ୟ ମୋଦି ସରକାର ନୂଆ ନିୟମ ଲାଗୁ କରିଥିଲେ । ସେହିଭଳି ଅପ୍ରେଲ ୧ ତାରିଖରୁ ମଧ୍ୟ ଏକ ବଡ ନିୟମ ଦେଶବ୍ୟାପୀ ଲାଗୁ ହେବାକୁ ଯାଉଛି । ଯେଉଁ ନିୟମ ସମ୍ବନ୍ଧରେ ଜାଣିବା ସବୁ ଭାରତୀୟଙ୍କ ପାଇଁ ଜରୁରୀ । ତେବେ ଆସନ୍ତୁ ଜାଣିବା ସେହି ନିୟମ କଣ ।
ଆପଣଙ୍କୁ କହିରଖୁଛୁ ଯେ, ଅପ୍ରେଲ ୧ ତାରିଖରୁ ପର୍ସନାଲ ଏବଂ ଅଟୋ ଲୋନ୍ ଉପରେ ଏକ ବଡ ନିୟମ ଲାଗୁ ହେବାକୁ ଯାଉଛି । ୧ ଅପ୍ରେଲ ୨୦୧୯ରୁ ହୋମ୍ ଏବଂ ଅଟୋ ଲୋନ୍ ଉପରେ ସୁଧ ପ୍ରାଣାଳୀ ବଦଳାଯିବ । କହିରଖୁଛୁ ଯେ, ସମୟ ଅନୁଯାୟୀ ବ୍ୟାଙ୍କ୍ ଏ ସମ୍ବନ୍ଧରେ ନିର୍ଣ୍ଣୟ ନେଇଥାଏ ଯେତେବେଳେ ସୁଧ ହାର ବୃଦ୍ଧି ଏବଂ ହ୍ରାସ କରିବାର ନିର୍ଣ୍ଣୟ ନେଇଥାଏ । ଅପ୍ରେଲରୁ ବ୍ୟାଙ୍କକୁ ଆରବିଆଇ ରେପୋ ହାର କାମାଇବା ସହ ସୁଧ ଦର କମ୍ କରିବାକୁ ହେବ । ଏହାପରେ ଏହି ବ୍ୟବସ୍ଥା ଛୋଟ ବ୍ୟବସାୟୀଙ୍କୁ ଦିଆଯାଉଥିବା ଋଣ ଉପରେ ମଧ୍ୟ ଲାଗୁ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ମୋଦି ସରକାରଙ୍କ ଜନାଦେଶ ଅନୁସାରେ ନୀତିରେ ଏହି ନିୟମକୁ ବଦଲାଇଦେଇଛି । ଏହି ନିୟମକୁ ଅପ୍ରେଲ ୧ ତାରିଖରୁ ଦେଶବ୍ୟାପୀ ଲାଗୁ କରାଯିବ ।