Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରଙ୍କ ବଡ଼ ନିଷ୍ପତ୍ତି: ନୂଆ ଚାକିରି- ପୂନଃ ନିଯୁକ୍ତି ଉପରେ ରୋକ୍, ୫ ବର୍ଷ ଧରି ଖାଲିଥିବା ପଦ ଉଚ୍ଛେଦ, ଖର୍ଚ୍ଚ କମିବ, ନୂଆ ଗାଡି ଆସିବନି

7/07/2020 at 9:37 PM

ଭୁବନେଶ୍ବର୭/୭: ନୂଆ ପଦବୀ ସୃଷ୍ଟି ଉପରେ ରୋକ। ଚାକିରି ଦୁଇବର୍ଷ ପର୍ଯ୍ୟନ୍ତ ନୂଆ ଯାନ କିଣିବା ଉପରେ କଟକଣା। ଅଫିସିଆଲ ଟୁର, ଯାତ୍ରା ଯଥା ସମ୍ଭବ ଏଡାଇବାକୁ ନିର୍ଦ୍ଦେଶ। ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ ହେବ। ଦେଶ ବାହାରକୁ ଯାତ୍ରା ମନା। ବିଜନେସ କ୍ଲାସ ଯାତ୍ରା ଉପରେ ଲାଗିଲା ରୋକ। ଟ୍ରେନରେ କ୍ଲାସ ୧ ଏସି ଯାତ୍ରା କରିପାରିବେନି ବାବୁ। ଆବଶ୍ୟାକତା ଦେଖି ନୂଆ ଯାନ ଭଡା ଆକାରରେ ଅଣାଯିବ। ଓଡିଶା ଭବନ ବା ଅଫିଶ ନିବାସ ବ୍ୟତୀତ ଆଉ କେଉଁଠି ହୋଟେଲ ରହଣି ଉପରେ କଟକଣା ରହିଛି। ଯଦି ଏଠାରେ ଖାଲି ନଥିବ ସେ କ୍ଷେତ୍ରରେ ଦିଲ୍ଲୀ, ମୁମ୍ବାଇ, କଲିକତା, ଚେନ୍ନାଇ ଭଳି ସହର ପାଇଁ ହୋଟେଲ ଦେୟ ସରକାର ଦେବେ।

କୌଣସି ନୂଆ ଉପକରଣ କିଣା ଯିବ ନାହିଁ। ତେବେ ମେଡିକାଲ ଉପକରଣ, ଆଭ୍ୟନ୍ତରୀଣ ସୁରକ୍ଷା, ଡିଜିଟାଇଜେସନ ପାଇଁ ଉପକରଣ କିଣା ଯାଇପାରିବ। ପୁନଃନିର୍ମାଣ, ରି ମଡେଲିଂ ବନ୍ଦ ରହିବ। ଆସବାବପତ୍ର କିଣିବା ସମୂର୍ଣ୍ଣ ବନ୍ଦ। ହୋଟେଲ ମିଟିଂ, କର୍ମଶାଳା, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସରକାରୀ ଅର୍ଥରେ ହେବ ନାହିଁ। ହୋଟେଲରେ ଭିଡ଼ିଓ କନ୍ଫରେନ୍‌ସିଂ ବିନହେବ ନାହିଁ। କର୍ମଚାରୀମାନେ ଦୀର୍ଘକାଳୀନ ଅଗ୍ରୀମ ଅର୍ଥ ନେଇ ପାରିବେନି। LTC ବାବଦ ଅର୍ଥ ଦୁଇ ବର୍ଷ ଯାଏ ନେଇ ପାରିବେନି। ପେପର ବ୍ୟବହାର ଉପରେ ଲାଗିଲା ରୋକ। OSWAS ଜରିଆରେ ହେବ ସବୁ କାମ।

ନୂଆ ପଦବୀ ସୃଷ୍ଟି ଉପରେ ରୋକ। ଆବଶ୍ୟକ ପଡ଼ିଲେ ସ୍ୱାସ୍ଥ୍ୟ ବିଭାଗରେ ଲାଗୁ ହୋଇପାରେ। ଯଦି କେଉଁଠି ଦରକାର ହୁଏ ତେବେ ସମାନ୍ତରାଳ ପଦ ହଟାଇ ନୂଆ ନିଯୁକ୍ତି ଦିଆଯିବ। ଗତ ୫ ବର୍ଷ ଧରି ଖାଲି ପଡିଥିବା ପଦବୀ ଆପେ ଛାଏଁ ହଟିଯିବ। ସବୁ ବିଭାଗ ଏନେଇ ଜୁଲାଇ ୩୧ ସୁଦ୍ଧା ରିପୋର୍ଟ ଦେବେ। ନୂଆ କନସଲଟାଣ୍ଟ, ଆଉଟସୋର୍ସିଙ୍ଗ, ଅବସର କର୍ମଚାରୀ ନିଯୁକ୍ତି ଉପରେ ରୋକ ଲାଗିଛି। ନୂଆ ରାଜ୍ୟ ଯୋଜନା କୌଣସି କାର୍ଯ୍ୟକ୍ରମ ହାତକୁ ନେବେ ନାହିଁ। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଏହା କରିପାରେ। ଚଳିତ ଆର୍ଥିକବର୍ଷ ପାଇଁ ରାଜ୍ୟ ଯୋଜନା ବାବଦ ଅର୍ଥ ଖର୍ଚ୍ଚ ଉପରେ ରୋକ ଲାଗିଛି। କୃଷି, ଲାଇଭଲି ହୁଡ଼, କୋଭିଡ ସଂକ୍ରାନ୍ତରେ ଯୋଜନା ବାଦ ସବୁ ବନ୍ଦ କରାଗଲା। ଅପରେସନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅର୍ଥ ବିଭାଗ ଅନୁମୋଦନ ପରେ ହିଁ ଖର୍ଚ୍ଚ ହେବ।

ପ୍ରଶାସନିକ ଖର୍ଚ୍ଚ ୧ ପ୍ରତିଶତ ମଧ୍ୟରେ ରଖିବାକୁ ବିଭାଗଗୁଡିକୁ ନିର୍ଦେଶ। ବିଭିନ୍ନ ଯୋଜନାର ମନିଟରିଂ ପାଇଁ ନିଯୁକ୍ତ ମାନବସମ୍ବଲ ଦରମା ଦେବା ଅବସ୍ଥାରେ ନାହାଁନ୍ତି ସରକାର। ସରକାରୀ କାର୍ଯ୍ୟାଳୟ ମରାମତି ପାଇଁ 5 ଲକ୍ଷରୁ ଅଧିକ , ସରକାରୀ କ୍ୱାର୍ଟର ମରାମତି ୨ ଲକ୍ଷ ରୁ ଅଧିକ ହେଲେ ସରକାରୀ ଅନୁମତି ନେବାକୁ ହେବ। ନାଁ ପ୍ରତିମୂର୍ତ୍ତି, ପାର୍କ , ସାଧାରଣ ସ୍ଥାନ ସୌନ୍ଦର୍ଯ୍ୟ କରଣ ହେବ ନାହିଁ। ନୂଆ ଟେଣ୍ଡର ହେବନି, ନୂଆ ସାମଗ୍ରୀ କିଣା ହେବନି। ଜରୁରୀକାଳୀନ ସ୍ଥିତିରେ ନୂଆ ଟେଣ୍ଡର ହୋଇପାରେ। ଯଦି କୌଣସି କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଇଛି ଏହାର ସମୀକ୍ଷା କରାଯିବ। ଜରୁରୀ ଥିଲେ ଅନୁମୋଦନ ମିଳିବ। ବାକି ସବୁ ବାତିଲ ହେବ।କେନ୍ଦ୍ରୀୟ ଅନୁଦାନ ମିଳିବା ପରେ ଯାଇ ଯୋଜନା କାମ ଆଗେଇବ। ରାଜ୍ୟ ସରକାର ନିଜସ୍ୱ ଯୋଜନାରୁ ଏହା ଖର୍ଚ୍ଚ କରିବେନି।

   Related Posts