ଚାଷୀଙ୍କୁ ବୁଝାଇଲେ ବିଜେପି ନେତା: କୃଷକ ସମ୍ମିଳନୀ​‌ରେ ସାମିଲ ଥିଲେ ବହୁ ବରିଷ୍ଠ ନେତା

Published By : Prameya-News7 Bureau | December 22, 2020 IST

ଗଞ୍ଜାମ୨୨/୧୨: ଗଞ୍ଜାମ ଜିଲ୍ଲା ଆସିକା ମକୁନ୍ଦପୁର ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କୃଷକ ସମ୍ମିଳନୀରେ ଗଞ୍ଜାମ, ଗଜପତି ଓ କନ୍ଧମାଳର ବହୁ ନେତାମାନେ ସାମିଲ ହୋଇଛନ୍ତି। ଧାନମଣ୍ଡି ସମସ୍ୟା ସହ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍‌ରେ ଚାଷୀମାନଙ୍କୁ ସଚେତନତା କରାଇବା ଉଦ୍ଦେଶ୍ୟରେ ଏହି କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

{"id":381162,"sizeSlug":"large","linkDestination":"none"}

ଆସ୍କା ଠାରେ ଭାରତୀୟ ଜନତା ପାର୍ଟିର କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ  ସୁନ୍ଦରଗଡ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଖାରବେଳ ସ୍ଵାଇଁ, ଭୃଗୁବକ୍ସି ପାତ୍ର, ପିଙ୍କି ପ୍ରଧାନ, ମହେଶ୍ବର ମହାନ୍ତି, ଗୋକୁଳାନନ୍ଦ ମଲ୍ଲିକ, ବିଭୁତି ଜେନା, ମହେଶ୍ବର ସାହୁ, ସୁବନାକର ରାଓ, ଅନିତା ଶୁଭଦର୍ଶନୀ, ସୁରତ ବିଶ୍ବାଳ, ଦେବରାଜ ମହାନ୍ତି, ବିଜୟ କୁମାର ସ୍ଵାଇଁ, ଗଦାଧର ସ୍ବାଇଁ, ପ୍ରଭାତୀ ପଢ଼ିଆଳି, ପ୍ରଦୀପ ପତ୍ରି, ମହନ୍ତ ଚିନ୍ମୟନନ୍ଦ ଦାଶ ଏବଂ ରଞ୍ଜନ ପୋଲାଇ ପ୍ରମୁଖ ଆଦି ବହୁ ବରିଷ୍ଠ ବ୍ୟକ୍ତିମାନେ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.