କଣ୍ଟେନମେଣ୍ଟ୍ ଜୋନ୍ ବୁଲି ସ୍ଥିତି ପରଖିଲେ ଭଦ୍ରକ ଏସ୍‌ପି

Published By : Prameya-News7 Bureau | May 06, 2020 IST

ଭଦ୍ରକ୬/୫: ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଛୁଇଁଲାଣି। ଏମାନଙ୍କୁ ମଧ୍ୟରୁ ୧୨ ଜଣ ସଂକ୍ରମିତ ସୁସ୍ଥ ଘରକୁ ଫେରିଛନ୍ତି। ଏବେ ମଧ୍ୟ ଜିଲ୍ଲାରେ ୨୦ଟି କଣ୍ଟେନମେଣ୍ଟ୍ ଜୋନ ରହିଥିବା ବେଳେ ୩୨ଟି ପଞ୍ଚାୟତକୁ ଇଣ୍ଟେନ୍‌ସିଭ ସର୍ଭିଲାନ୍ସ ଜୋନ୍ ଘୋଷଣା ହୋଇଛି । ଏହି ପରିପ୍ରେକ୍ଷୀରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଡ୍ରୋନ କ୍ୟାମେରାରେ ନଜର ରଖାଯାଉଛି । ଏମିତି ସ୍ଥିତିରେ କଣ୍ଟେନମେଣ୍ଟ ଜୋନ ବୁଲି ଦେଖିଛନ୍ତି ଭଦ୍ରକ ଏସପି ରାଜେଶ ପଣ୍ଡିତ। କଣ୍ଟେନମେଣ୍ଟ ଜୋନରେ ସୁରକ୍ଷାର ସ୍ଥିତି ପରଖିଛନ୍ତି ଏସ୍‌ପି।

ପ୍ରଥମେ ଧାମନଗର ବ୍ଲକର ସାହାସପୁର କଣ୍ଟେନମେଣ୍ଟ ଜୋନକୁ ଯାଇ ବୁଲି ଦେଖିଛନ୍ତି । ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ଓ ଧୂସୁରି ଥାନାଧିକାରୀ ପ୍ରଫୁଲ ସିଂ ମଧ୍ୟ ଉପସ୍ଥିତ ଥିଲେ । ପରେ ଏସପି ରାଜେଶ ପଣ୍ଡିତ କଲ୍ୟାଣି କଣ୍ଟେନମେଣ୍ଟ ଜୋନ ବୁଲି ସ୍ଥିତି ପରଖିଛନ୍ତି । ଧାମନଗର ଥାନାଧିକାରୀ ରତିକାନ୍ତ ଗିରି ମଧ୍ୟ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.