ନୂଆଦିଲ୍ଲୀ ୫/୮: ଭାରତୀୟ ସମ୍ବିଧାନର ୩୭୦ ଅନୁଚ୍ଛେଦ ଏକ ଅସ୍ଥାୟୀ ଧାରା। ଏହି ଧାରା ଆଧାରରେ ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଯାଇଛି। ଭାରତୀୟ ସମ୍ବିଧାନର ୨୧ଭାଗରେ ଅସ୍ଥାୟୀ ଭାବେ ଏହି ରାଜ୍ୟକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି। ଭାରତର ଅନ୍ୟ ରାଜ୍ୟରେ ଲାଗୁ ହୋଇଥିବା ଆଇନ କାନୁନ ଏଠାରେ କାର୍ଯ୍ୟକାରୀ ହୋଇନଥାଏ। ଧାରା ୩୭୦ରେ ରହିଛି ଯେ ପ୍ରତିରକ୍ଷା ଦୂରସଞ୍ଚାର ଓ ବିଦେଶ ନୀତି ବ୍ୟତୀତ ଭାରତ ସରକାର ଜାମ୍ମୁ କାଶ୍ମୀର ପାଇଁ ଅନ୍ୟ କୈାଣସି ଏକତରଫା ନିଷ୍ପତ୍ତି ନେଇପାରିବେ ନାହିଁ।
{"id":141038}ସେହିଭଳି ଏହି ଧାରା ବଳରେ କାଶ୍ମୀର ବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନୁହଁନ୍ତି। ଜାମ୍ମୁ କାଶ୍ମୀରବାସୀଙ୍କ ନିକଟରେ ଉଭୟ ଭାରତ ଓ ଜାମ୍ମୁ କାଶ୍ମୀରର ଦ୍ବୈତ ନାଗରିକତ୍ବ ରହିଛି। ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ଅଧିକାର ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ। ଜାମ୍ମୁ-କାଶ୍ମୀରରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଂଚେ ଜାଗା କିଣିପାରିବେ ନାହିଁ , ସାଧାରଣଲୋକଙ୍କ କଥା ଛାଡ଼ନ୍ତୁ ।
{"id":141039}କୌଣସି ବାହାର ରାଜ୍ୟର ଲୋକ ଚାହିଁଲେ ବି ସେଠାରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀଭାବେ କରିପାରିବେ ନାହିଁ। କୌଣସି ଭାରତୀୟ ସେଠାରେ ସ୍ଥାୟୀଭାବେ ରହିପାରିବେ ନାହିଁ। କିନ୍ତୁ ପାକିସ୍ତାନ ନାଗରିକ ଏଠାରେ ବସବାସ କରିପାରିବେ, ଜମି କିଣିପାରିବେ , ବିବାହ କରିପାରିବେ । ଯଦି କୌଣସି ଝିଅ ଜାମ୍ମୁ-କାଶ୍ମୀର ଛାଡ଼ି ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରେ , ତାହେଲେ ସେଠାକାର ନାଗରିକତା ରଦ୍ଦ ହୋଇଯାଏ, କିନ୍ତୁ ପାକିସ୍ତାନରେ ବିବାହ କଲେ ବରଂ ଦୁଇଟି ସ୍ଥାନର ନାଗରିକତା କାଏମ୍ ଥାଏ ।
{"id":141040}ଜାମ୍ମୁ କାଶ୍ମୀର ପାଇଁ ୧୯୪୭ମସିହାରେ ଏହି ସ୍ବତନ୍ତ୍ର ସୁବିଧା ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲା କରାଇଥିଲେ। ଶେଖ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରର ରାଜା ତଥା ପ୍ରଧାନମନ୍ତ୍ରୀ ମହାରାଜା ହରିସିଂହ ଓ ପଣ୍ଡିତ ଜବାହରଲାଲ ନେହେରୁ ନିଯୁକ୍ତ କରିଥିଲେ। ତେବେ ଶେଖ ଅବଦୁଲ୍ଲା ଦାବି କରିଥିଲେ ଯେ ଧାରା ୩୭୦କୁ ସ୍ଥାୟୀ କରାଯାଉ। ଏହାକୁ ଅସ୍ଥାୟୀ ରଖାନଯାଉ ବୋଲି ମଧ୍ୟ ଦାବି କରିଥିଲେ। କିନ୍ତୁ ତାକୁ ଭାରତ ସରକାର ଅଗ୍ରାହ୍ୟ କରିଥିଲେ।
{"id":141041}