ଗାଁ ଭିତରକୁ ପଶିଲା ଭାଲୁ, ଆତଙ୍କରେ ଅଞ୍ଚଳବାସୀ

Published By : Prameya-News7 Bureau | February 23, 2021 IST

ନୀଳଗିରି,୨୩/୦୨: ନୀଳଗିରିର ବିଭିନ୍ନ ଅଞ୍ଚଳରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି। ସ୍ଵର୍ଣ୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଅଂଚଳକୁ ରାତ୍ରରେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥାନ୍ତି। ସକାଳ ହେଲେ ଭାଲୁ ଜଙ୍ଗଲକୁ ଫେରିନପାରି ଉପଦ୍ରଵ ଚଳାଇଥାନ୍ତି। ଯିଏ ଆଗରେ ପଡେ ଆକ୍ରମଣ କରି ରକ୍ତାକ୍ତ କରି ପକାନ୍ତି। ମଙ୍ଗଳବାର ଭାଲୁକୁ ନେଇ ନୀଳଗିରି ଉପକଣ୍ଠ ଗାଁରେ ଆତଙ୍କ ଖେଳି ଯାଇଛି।

ମଙ୍ଗଳବାର ଏକ ଭାଲୁ ପେପରମିଲ ନିକଟରେ ବ୍ୟାପକ ଉପଦ୍ରବ କରିଛି। ବାଟବଣା ହୋଇ ଭାଲୁଟି ଜଣେ ବ୍ୟକ୍ତିଙ୍କ ଚାଳିଆ ଘରକୁ ପଶି ଯାଇଥିଲା। ନୀଳଗିରି ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଭାଲୁଟିର ଗତିବିଧି ଉପରେ ନଜର ରଖିଥିଲା। ପରେ ଭାଲୁଟି ସନ୍ଧ୍ୟା ପରେ ସେଠାରୁ ଅନ୍ୟତ୍ର ପଳାଇଯାଇଥିଲା।

ସେହିପରି ଆଜି ରାତି ସାଢ଼େ ୮ ଟା ସମୟରେ ପଣ୍ଡା ଅଫିସ ଛକ ନିକଟରେ ନୀଳଗିରି ମିତ୍ରପୁର ରାସ୍ତା ପାର ହୋଇ ଏକ ବିରାଟକାୟ ଭାଲୁ ପାଖରେ ଥିବା ବସ୍ତିକୁ ପଶି ଆସିଥିଲା। କାଳେ ଭାଲୁ ଲୋକଙ୍କୁ ଆକ୍ରମଣ କରିବ ଏଥିପାଇଁ ଗ୍ରାମବାସୀ ମାନେ ହାତରେ ଠେଙ୍ଗାଧରି ଭାଲୁଟିକୁ ଖୋଜିଥିଲେ। ହେଲେ ଅନ୍ଧାରର ସୁଯୋଗରେ ଭାଲୁଟି କେଉଁ ବୁଦାମୂଳରେ ଲୁଚିରହିଥିଲା । ଏନେଇ ଗାଁରେ ଆତଙ୍କ ଖେଳି ଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.