ମଣିଷ ଓ ପଶୁ ନିବିଡ ସଂପର୍କ: ମନ୍ଦିର ଆସୁଛନ୍ତି, ଆଳତିରେ ସାମିଲ ହୋଇ ଭକ୍ତ ହାତରୁ ପ୍ରସାଦ ଖାଉଛନ୍ତି ଭାଲୁ, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | January 30, 2021 IST

ନୂଆପଡା ୩୦।୦୧: ସଂପ୍ରତି ମଣିଷ ଏବଂ ବନ୍ୟ ଜୀବ ଜନ୍ତୁଙ୍କ ମଧ୍ୟରେ ଲଢେଇ ଜାରି ରହିଛି। କେତେବେଳେ ମଣିଷ ବନ୍ୟଜନ୍ତୁଙ୍କ ଶିକାର ହେଉଛି ତ କେତେବେଳେ ନିଜେ ଶିକାର ହୋଇ ଯାଉଛନ୍ତି। ଅନ୍ୟପଟେ ମଣିଷ ଏବଂ ପଶୁ ମଧ୍ୟରେ ଆପଣ ଅନେକ ନିବିଡ ସଂପର୍କ ମଧ୍ୟ ଦେଖିଥିବେ। ଏବେ ଏମିତି ଏକ ଅଭିନବ ଘଟଣା ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳିଛି।

{"id":401256,"sizeSlug":"large","linkDestination":"none"}

ଏ ହେଉଛନ୍ତି କିଛି ଜଙ୍ଗଲି ଭାଲୁ ଯିଏ ଏକ ପ୍ରକାର ପୋଷା ଜନ୍ତୁ ପାଲଟି ଗଲେଣି। ନୂଆପଡା ରେଞ୍ଜ ସାଲିହା କଣାଭଏଁରା ଜଙ୍ଗଲ ଭିତରେ ଥିବା ରାମ ଜାନକୀ ମନ୍ଦିର ନିକଟରେ ୩ଟି ଜଙ୍ଗଲି ଭାଲୁ ମନ୍ଦିରକୁ ଆସିବା ସହ ଆଳତିରେ ସାମିଲ ହେଉଛନ୍ତି। ଭକ୍ତଙ୍କ ହାତରୁ ପ୍ରସାଦ ମଧ୍ୟ ଖାଉଛନ୍ତି। ଲାଗୁଛି ସତେ ଯେମିତି ଭକ୍ତ ଆଉ ହିଂସ୍ର ଜନ୍ତୁ ସହ ଏକ ନିବିଡ ସମ୍ପର୍କ ସ୍ଥାପନ ହୋଇ ଯାଇଛି। ଦୁଇ ଛୁଆ ଓ ମା ଭାଲୁ ନିର୍ବିଘ୍ନରେ ଲୋକଙ୍କ ସହ ମିଶୁଛନ୍ତି।

wp:html /wp:html

ପ୍ରଥମେ ଏହି ଭାଲୁ ଆପେ ଆପେ ଆସୁଥିବା ବେଳେ ସମସ୍ତେ ଦେଖି ଭୟଭୀତ ହେଉଥିଲେ। ହେଲେ ଭାଲୁମାନେ ଲୋକଙ୍କର କୌଣସି କ୍ଷତି କଲେ ନାହିଁ କି ଲୋକେ ବି ସେମାନଙ୍କର କୌଣସି କ୍ଷତି ପହଞ୍ଚାଇଲେ ନାହିଁ। ସବୁଠୁ ବଡ କଥା ହେଉଛି ପରିବାର ସଦସ୍ୟ ଭଳି କଥା ମାନିବା ସହ ଜଙ୍ଗଲରେ ବୁଲିବା ବେଳେ ସୀତାରାମ କହିଦେଲେ ସେମାନେ ଧାଇଁ ଆସୁଛନ୍ତି। ଯା କହିଲେ ଅମାନିଆ ନହୋଇ ଚାଲି ଯାଉଛି । ସୀତାରାମ କହିଦେଲେ ଶାନ୍ତ ହୋଇ ଯାଉଛି ଭାଲୁ । ସତେ ଯେମିତି ସୀତାରାମ ରିମୋଟରେ ବନ୍ଧା ପଡିଛି ହିଂସ୍ରଜନ୍ତୁ ଭାଲୁ । ତେବେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଏହାକୁ ବିରୋଧ କରିଛି। ବନ୍ୟଜନ୍ତୁଙ୍କ ଠାରୁ ଦୁରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ।

{"id":401257,"sizeSlug":"large","linkDestination":"none"}

କଣାଭଏଁରା ଜଙ୍ଗଲ ଭିତରେ ଅନେକ ପଥର ଖୋଲ ରହିଛି। ଯେଉଁଥିରେ ରହୁଛନ୍ତି ଶତାଧିକ ଭାଲୁ । ସାଧାରଣ ଜନତା ଏବଂ ଭାଲୁ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ତରଫରୁ ଭାଲୁ ସଂରକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ଲୋକଙ୍କୁ ସେମାନଙ୍କ ଠାରୁ ଦୂରେଇ ରହିବାକୁ ସଚେତନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.